ଓଡିଶା

odisha

ETV Bharat / state

ନୟାଗଡ ନାବାଳିକା ହତ୍ୟା ମାମଲା; ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ

ନୟାଗଡ ନାବାଳିକା ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପୀଡିତାଙ୍କ ମା’ । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Pari parents will go to highcourt says supremecourt
ନୟାଗଡ ନାବାଳିକା ହତ୍ୟା ମାମଲା; ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

By

Published : Aug 23, 2021, 6:07 PM IST

ନୟାଗଡ:ବହୁଚର୍ଚ୍ଚତ ନୟାଗଡ ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟ ଯିବେ ପୀଡିତାଙ୍କ ମା’ । ମାମଲାରେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପୀଡିତାଙ୍କ ମା’ । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ, ପୀଡିତାଙ୍କ ପିତା, ମାତା କହିଛନ୍ତି, ମାମଲାରେ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମାଲାରେ ସୁପ୍ରିମକୋର୍ଟ ଶୁଣାଣି କରି ହାଇକୋର୍ଟ ଯିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସୁପ୍ରିମକୋର୍ଟରେ ମାମଲାର ପରିସମାପ୍ତି ଘଟାଇଛନ୍ତି । ତେବେ ରାଜ୍ୟ ସରକାର ମାମଲାରେ, ନ୍ୟାୟ ଦେବା ପାଇଁ ଚାହୁଁନାହାନ୍ତି ବୋଲି ନିଜ ମତ ଦୋହରାଇଛନ୍ତି ପୀଡିତାଙ୍କ ମା’ ।

ନୟାଗଡ ନାବାଳିକା ହତ୍ୟା ମାମଲା; ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୂଚନାଥାଉକି ନୟାଗଡର ଯଦୁପୁରରେ ଖେଳୁଥିବା ବେଳେ ଜନୈକ ନବାଳିକାକୁ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ କିଛି ଦିନ ପରେ ଅପହୃତା ନାବାଳିକାର କେଇ ଖଣ୍ଡ କଙ୍କାଳ ମିଳିଥିଲା ।

ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲି ନାୟକଙ୍କ ହାତ ରହିଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହା ପରେ ମାମଲାରେ ନ୍ୟାୟ ଦାବି କରି ପୀଡିତାଙ୍କ ପିତା ମାତା ବିଧାନସଭା ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା ଏବଂ ରାଜନୈତିକ କ୍ଷେତ୍ରରେ ତୁମ୍ଭିତୋଫାନ ହୋଇ ବିଧାନସଭାରେ ସରଗରମ ହୋଇଥିଲା। ସେପଟେ ଏହି ଘଟଣାରେ ରାଜ୍ୟ ସରକାର ଏସଆଇଟି ଗଠନ କରି ତଦନ୍ତ କରିଥିଲେ । ଏସଆଇଟି ଏହି ଘଟଣାରେ ଏକ ନାବାଳକକୁ ଗିରଫ କରି ଜୁଭେନାଇଲ୍ କୋର୍ଟରେ ହାଜର କରିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details