ନୟାଗଡ:ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ନୟାଗଡ଼ ସହର (Accident In Nayagarh) NAC ହାଇସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣଙ୍କ ହେଉଛନ୍ତି ନୟାଗଡ଼ ଜଗନ୍ନାଥ ମନ୍ଦିର ସାହିର ସଂସାରି ମହାରଣା ।
Nayagarh Accident; ପରିବା ଆଣିବାକୁ ଯାଇଥିଲେ ପିଟି ଦେଲା ଟ୍ରକ, ଚାଲିଗଲା ଜୀବନ
ନୟାଗଡ଼ NAC ହାଇସ୍କୁଲ ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ଡ୍ରାଇଭର ଥାନାରେ ଅଟକ । ଅଧିକ ପଢନ୍ତୁ
ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ପରିବା କିଣିବା ପାଇଁ ସଂସାରି ନିଜ ସ୍କୁଟି ଯୋଗେ ମାର୍କେଟକୁ ଯିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ