ଓଡିଶା

odisha

ETV Bharat / state

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ - ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କଉଡା ଗ୍ରାମରେ ନବବଧୂଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଅଧିକ ପଢ଼ନ୍ତୁ

woman dead body found in daspalla nayagarh
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

By

Published : Oct 17, 2022, 4:41 PM IST

ନୟାଗଡ଼:ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କଉଡା ଗ୍ରାମରେ ନବବଧୂ ମୃତ୍ୟୁ ଘଟିଛି । ଶାଶୁଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୋଗ ଅନୁସାରେ, ଗ୍ରାମର ଜଗନ୍ନାଥ ପ୍ରଧାନଙ୍କ ପୁଅ ସୁରେଶ ପ୍ରଧାନ ୭ବର୍ଷ ପୂର୍ବେ ବୈଦିକ ରୀତିରେ ବାରୀହାପିଟା ଗ୍ରାମର ସୀତା ପ୍ରଧାନଙ୍କୁ ବିବାହ କରିଥିଲେ ।

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଦୀର୍ଘ ଦିନ ଧରି ଯୌତୁକ ପାଇଁ ଶାଶୁ ଘର ଲୋକେ ସୀତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ । ରବିବାର ବିଳମ୍ବିତ ରାତିରେ ସୀତାଙ୍କ ଶାଶୁଘର ଲୋକେ ତାଙ୍କୁ ମାରପିଟ କରି ହତ୍ୟା କରିଥିବାବେଳେ, ଏହାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ଷଡଯନ୍ତ୍ର କରିଥିବା ସୀତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ପରିବାର ସଦସ୍ୟ କହିଛନ୍ତି, "ଅନେକ ସମୟରେ ସୀତା ଏବଂ ସ୍ବାମୀଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦିଏ । ତେଣୁ ବାରମ୍ବାର ବାପା ଘରକୁ ଚାଲିଯିବା ପାଇଁ କୁହନ୍ତି । କିନ୍ତୁ ହଠାତ ଝିଅର ଆତ୍ମହତ୍ୟା ଘଟଣା ଶୁଣିବାକୁ ମିଳିଲା ।"

ଏହା ମଧ୍ୟ ପଢ଼ନ୍ତୁ:ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅଭିଯୋଗ ପାଇବା ପରେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇବା ସହ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details