ଓଡିଶା

odisha

ETV Bharat / state

ଦୁବାଇରୁ ଆସିଲା କୋହଭରା ଭିଡିଓ, ସାହାଯ୍ୟ ପାଇଁ ନିବେଦନ କଲେ ଓଡିଆ ପୁଅ - media

ନୟାଗଡ ଜିଲ୍ଲା ଗୋଡିପଡା ଅଞ୍ଚଳର ଦୁଇଜଣ ଯୁବକ ପ୍ରତାପ ମହାରଣା ଓ ଗୁମନ ମହାରଣାଙ୍କୁ ମିଶାଇ ମୋଟ 10ଜଣ ଦୁବାଇରେ ଫସି ରହିଛନ୍ତି । ଅକଥନୀୟ ନିର୍ଯାତନା ଓ ବିନା ଦରମାରେ ଦୀର୍ଘ 11 ମାସ ହେଲା ସମୟ କାଟୁ ଥିବା ଏହି ଯୁବକମାନ ଏବେ ଏହି ମରଣଯନ୍ତାରୁ ମୁକ୍ତ ହେବା ପାଇଁ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିିନିଧି, ନୟାଗଡ

By

Published : May 31, 2019, 1:31 PM IST

ନୟାଗଡ: ଦୁବାଇରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା । ନୟାଗଡ ଜିଲ୍ଲା ଗୋଡିପଡା ଅଞ୍ଚଳର ଦୁଇଜଣ ଯୁବକ ପ୍ରତାପ ମହାରଣା ଓ ଗୁମନ ମହାରଣାଙ୍କୁ ମିଶାଇ ମୋଟ 10ଜଣ ଦୁବାଇରେ ଫସି ରହିଛନ୍ତି । ଅକଥନୀୟ ନିର୍ଯାତନା ଓ ବିନା ଦରମାରେ ଦୀର୍ଘ 11 ମାସ ହେଲା ସମୟ କାଟୁ ଥିବା ଏହି ଯୁବକମାନ ଏବେ ଏହି ମରଣ ଯନ୍ତାରୁ ମୁକ୍ତ ହେବା ପାଇଁ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିିନିଧି, ନୟାଗଡ

ଅଭିଯୋଗ ଅନୁସାରେ, ଚିଲିକା ଅଞ୍ଚଳର ଜଣେ ଠିକାଦାର ଦୁବାଇର ଏକ କମ୍ପାନୀରେ ମାସିକ 35 ହଜାର ଟଙ୍କାରେ ଚାକିରି ଦେବା ପାଇଁ କହି ନେଇଥିଲା । ଦୁବାଇ ଯିବା ପରେ ଏହା ଏକ ଠକ କମ୍ପାନୀ ବୋଲି ଜଣାପଡିଥିଲା । ଏହାପରେ ସେଠାରୁ ମୁକୁଳିବା ପାଇଁ ପ୍ରୟାସ କରିଥିଲେ ଏହି ଯୁବକମାନେ ।

ଭାରତୀୟ ଦୂତାବାସ ଓ ସ୍ଥାନୀୟ ପୋଲିସ ପାଖରୁ ନିରାଶ ହୋଇ ଫେରିଛନ୍ତି । ପରେ ଅନ୍ୟ କୌଣସି ବାଟ ନପାଇ ସାହାଯ୍ୟ ପାଇଁ ସେମାନେ ସୋସିଆଲ୍ ମିଡିଆ ହ୍ବାଟସ୍‌ଆପ୍‌ରେ ନିବେଦନ କରିଛନ୍ତି । ହ୍ବାଟସ୍‌ ଆପ୍‌ରେ ସେ ଦୁବାଇରେ ନିଜ ସହ ଘଟିଥିବା ସମସ୍ତ ଦୁଖଃଦ ଘଟଣା ବଖାଣିଛନ୍ତି । ଏହାସହ ସେମାନଙ୍କ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମୁକ୍ତି ପାଇଁ ନିବେଦନ କରିଛନ୍ତି ।

ନୟାଗଡକୁ ଉତ୍ପଳ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details