ଓଡିଶା

odisha

ETV Bharat / state

ରହିଲା ଲୋକଙ୍କ କଥା, ହାତୀକୁ ଫେରାଇ ନେଲା ବନ ବିଭାଗ

ହାତୀକୁ ଗ୍ରାମବାସୀଙ୍କ ବିରୋଧ । ହାତୀକୁ ନିଜ ଗାଁରେ ପଶାଇ ଦେଲେନାହିଁ ଗ୍ରାମବାସୀ । ହାତୀ ବୋଝେଇ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ରହିଲା ଲୋକଙ୍କ ଦାବି, ହାତୀକୁ ଫେରାଇ ନେଲା ବନ ବିଭାଗ
ରହିଲା ଲୋକଙ୍କ ଦାବି, ହାତୀକୁ ଫେରାଇ ନେଲା ବନ ବିଭାଗ

By

Published : Nov 3, 2022, 2:40 PM IST

ନୟାଗଡ:ହାତୀକୁ ନିଜ ଗାଁରେ ପଶାଇ ଦେଲେନାହିଁ ଗ୍ରାମବାସୀ । ହାତୀ ବୋଝେଇ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । ଯାହା ବି ହୋଯାଉ ଆମ ଅଞ୍ଚଳରେ ହାତୀକୁ ଛଡାଯିବ ନାହିଁ । ଏପରି କିଛି ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ । ଶେଷରେ ଲୋକଙ୍କ କଥା ରହିଥିଲା । ହାତୀକୁ ନେଇ ଫେରିଯାଇଛି ପ୍ରଶାସନ । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଗ୍ରାମରେ ।

ରହିଲା ଲୋକଙ୍କ ଦାବି, ହାତୀକୁ ଫେରାଇ ନେଲା ବନ ବିଭାଗ

ସୂଚନା ଅନୁସାରେ, ଟାଙ୍ଗୀ ବନବିଭାଗ ଦ୍ଵାରା ଏକ ଦନ୍ତା ହାତୀକୁ ଭୁବନେଶ୍ୱରରୁ ଆଣି ପଟିଆ ଜଙ୍ଗଲରେ ଛାଡିବାକୁ ଯାଉଥିଲା । ଏହାକୁ ବିରୋଧ କରି ଅର୍ଜୁନପୁର ଛକ ନିକଟରେ ସ୍ଥାନୀୟ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ । ହାତୀ ବୋଝେଇ ଗାଡିକୁ ଅଟକାଇବା ସହ ବନ କର୍ମଚାରୀମାନଙ୍କୁ ମଧ୍ୟ ଅଟକ ରଖିଥିଲେ l ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ହାତୀ ମାନଙ୍କର ଉପଦ୍ରବ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଫସଲ ନଷ୍ଟ ହେଉଥିବା ସହ ଏନେକ ସମୟରେ ଧନଜୀବନ ହାନି ଘଟିଛି l

ପଟିଆ ଏବଂ ବନ୍ଧମୁଣ୍ଡା ଅଞ୍ଚଳରେ ହାତୀ ମଣିଷଙ୍କ ମଧ୍ୟରେ ଅନେକ ସମୟରେ ଲଢେଇ ଦେଖିବାକୁ ମିଳିଛି l ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି l ଏପରିକି ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି l ପଟିଆ ଏବଂ ବନ୍ଧମୁଣ୍ଡା ଜଙ୍ଗଲ ଅଞ୍ଚଳରେ ଏପର୍ଯ୍ୟନ୍ତ ଏକ ହାତୀପଲ ଚଳପ୍ରଚଳ କରୁଛନ୍ତି l ହାତୀପଲ୍ଲକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି l ତେଣୁ ଏପରି ସମୟରେ ଆଉ ଏକ ହାତୀକୁ ଏହି ଅଞ୍ଚଳରେ ଛାଡ଼ିବାକୁ ବନ ବିଭାଗର ପ୍ରୟାସକୁ ବିରୋଧ କରିଥିଲେ ଲୋକେ l

ଏହା ବି ପଢନ୍ତୁ...ରାଜଧାନୀରେ ପଶି ନାକେଦମ କଲା ଦନ୍ତା, ଟ୍ରାଙ୍କୁଲାଇଜ ପରେ କରାଗଲା ସ୍ଥାନାନ୍ତର

ହାତୀକୁ ଏ ଜଙ୍ଗଲରେ ନ ଛାଡି ଫେରାଇ ନେବାକୁ ଗ୍ରାମବାସୀ ବନ ବିଭାଗକୁ ନିକଟରେ ଦାବି ରଖିଥିଲେ l ଶତାଧିକ ସ୍ଥାନୀୟ ଲୋକ ଏକାଠି ହୋଇ ଦାବି କରିବାରୁ ଶେଷରେ ୧ ଘଣ୍ଟାର ବୁଝାସୁଝା ପରେ ଗ୍ରାମବାସୀଙ୍କ ଜିଦ ଆଗରେ ବନ ବିଭାଗ ହାର୍‌ ମାନିଛି l ହାତୀଟିକୁ ଫେରାଇ ନେଇଥିବା ବନ ବିଭାଗ । ଗତକାଲି (ବୁଧବାର) ରାଜଧାନୀରେ ଟହଲ ମାରିଥିଲା ହାତୀ । ଏହା ପରେ ବନ ବିଭାଗ ତାକୁ ଟ୍ରାଙ୍କୁଲାଇଜ କରିଥିଲା ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details