ଓଡିଶା

odisha

By

Published : Aug 4, 2021, 10:57 PM IST

ETV Bharat / state

ନୟାଗଡ଼ ରୋଟାରି କ୍ଲବ ପାଳିଲା ଓଡ଼ିଆ ସାମ୍ବାଦିକତା ଦିବସ

ନୟାଗଡ଼ରେ ରୋଟାରି କ୍ଲବ ପାଲିଲା ଓଡିଆ ସାମ୍ବାଦିକତା ଦିବସ ପାଳିତ । ବର୍ତ୍ତମାନ ସମୟରେ ସାମ୍ବାଦିକତାର ଦିଗଦୃଷ୍ଟି ଉପରେ ଆଲୋକପାତ କଲେ ଅତିଥି । ସମ୍ମାନିତ ହେଲେ ଜିଲ୍ଲାର ସମ୍ବାଦିକ । ଅଧିକ ପଢନ୍ତୁ...

ନୟାଗଡ଼ ରୋଟାରି କ୍ଲବ ପାଳିଲା ଓଡ଼ିଆ ସାମ୍ବାଦିକତା ଦିବସ
ନୟାଗଡ଼ ରୋଟାରି କ୍ଲବ ପାଳିଲା ଓଡ଼ିଆ ସାମ୍ବାଦିକତା ଦିବସ

ନୟାଗଡ଼: ରୋଟାରି କ୍ଳବ ପରିସରରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଗଣମାଧ୍ୟମର ଭୂମିକା କିପରି ହେବା ଆବଶ୍ୟକ ସେ ସମ୍ପର୍କରେ ମତ ରଖିଥିଲେ । ସେହିପରି ଅନ୍ୟ ଅତିଥିମାନେ ବର୍ତ୍ତମାନ ସମୟରେ ସାମ୍ବାଦିକତାରେ ଯେଉଁ ଆହ୍ବାନ ସୃଷ୍ଟି ହୋଇଛି ଏବଂ ନୀତି ନୈତିକତା ମଧ୍ୟରେ କିପରି ସାମ୍ବାଦିକତାର ଦିଗ ଓ ଦୃଷ୍ଟି ପ୍ରତି ଆଲୋଚନା କରିବା ସହ ଗଠନମୂଳକ ଅଭିମତ ରଖିଥିଲେ ।

ନୟାଗଡ଼ ରୋଟାରି କ୍ଲବ ପାଳିଲା ଓଡ଼ିଆ ସାମ୍ବାଦିକତା ଦିବସ

ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଂଗ୍ରେସର ଜିଲ୍ଲା ସଭାପତି ରଞ୍ଜିତ ଦାଶଙ୍କ ସମେତ ଜିଲ୍ଲାର ଅନ୍ୟର ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ l ଏହା ପରେ ରୋଟାରୀ କ୍ଳବ ପକ୍ଷରୁ ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ ମଧ୍ୟ କରାଯାଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details