ନୟାଗଡ଼: ରେଳ ଷ୍ଟେସନରେ ଭଙ୍ଗାରୁଜା କରି ଷ୍ଟେସନ ମାଷ୍ଟରଙ୍କୁ ମାଡ଼ ମାରିଲେ ମଦ୍ୟପ । ନୟାଗଡ଼ ରେଳ ଷ୍ଟେସନରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଆସିଛି ।
ଗତକାଲି(ରବିବାର) ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଆହତ ଷ୍ଟେସନ ପରିଚାଳକ ସଞ୍ଜୟ ପ୍ରଧାନ ମଦ୍ୟପଙ୍କ ମାଡ଼ରେ ଆହତ ହୋଇ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ନୟାଗଡ଼ ରେଳ ଷ୍ଟେସନରେ ଭଙ୍ଗାରୁଜା ରବିବାର ରାତିରେ 8 ରୁ 10 ଜଣ ଦୁର୍ବୃତ୍ତ ଷ୍ଟେସନ ଭିତରେ ମଦ୍ୟପାନ କରୁଥିଲେ । ତେବେ ଷ୍ଟେସନ ପରିଚାଳକ ଏହାକୁ ବିରୋଧ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଦୁର୍ବୃତ୍ତ । ଆଉ ଷ୍ଟେସନ କର୍ମଚାରୀଙ୍କୁ ଭୟଭୀତ କରାଇ କାର୍ଯ୍ୟାଳୟରେ ଆତଙ୍କରାଜ କରିଥିଲେ । ଏନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ