ଓଡିଶା

odisha

By

Published : Dec 22, 2020, 9:39 PM IST

ETV Bharat / state

ନୟାନ୍ତ ହେଲାଣି ଅଗ୍ନିଶମ ବାହିନୀ, ଶୁଖୁନି ପୋଖରୀ

ପରୀକୁ ପ୍ରଥମେ ହତ୍ୟା ଏବଂ ପରେ ଦୁଷ୍କର୍ମ କରାଯାଇ ତାହାର ମରଶରୀରକୁ ପୋଖରୀ କୂଳରେ ପକାଇଥିଲା ଅଭିଯୁକ୍ତ l ପରୀର ମାତ୍ର 14 ଖଣ୍ଡ ହାଡ଼ ମିଳିଥିଲା l ଅନ୍ୟ କିଛି ହାଡ଼କୁ କୁଆଡ଼େ ପୋଖରୀରେ ଫିଙ୍ଗିଛି ଅଭିଯୁକ୍ତ l ତେଣୁ ଗତକାଲି ଠାରୁ ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଆରମ୍ଭ ହୋଇଛି l ହେଲେ ଏଯାଏଁ ଶୁଖୁନି ପାଣି । ଅଧିକ ପଢନ୍ତୁ...

ନୟାନ୍ତ ହେଲାଣି ଅଗ୍ନିଶମ ବାହିନୀ, ଶୁଖୁନି ସନ୍ଦେହୀ ପୋଖରୀ
ନୟାନ୍ତ ହେଲାଣି ଅଗ୍ନିଶମ ବାହିନୀ, ଶୁଖୁନି ସନ୍ଦେହୀ ପୋଖରୀ

ନୟାଗଡ଼: ପରୀକୁ ପ୍ରଥମେ ହତ୍ୟା ଏବଂ ପରେ ଦୁଷ୍କର୍ମ କରାଯାଇ ତାହାର ମରଶରୀରକୁ ପୋଖରୀ କୂଳରେ ପକାଇଥିଲା ଅଭିଯୁକ୍ତ l ପରୀର ମାତ୍ର 14 ଖଣ୍ଡ ହାଡ଼ ମିଳିଥିଲା l ଅନ୍ୟ ହାଡ଼ କେଉଁଠି ତାହାର ସନ୍ଧାନ କରୁଛି SIT l ଅନ୍ୟ କିଛି ହାଡ଼କୁ କୁଆଡ଼େ ପୋଖରୀରେ ଫିଙ୍ଗିଛି ଅଭିଯୁକ୍ତ l ସେଥିପାଇଁ ପୋଖରୀ ଖାଲି କଲେ ହିଁ ସତ୍ୟତା ପଦାକୁ ଆସିବ l ତେଣୁ ଗତକାଲି ଠାରୁ ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଆରମ୍ଭ ହୋଇଛି l

ନୟାନ୍ତ ହେଲାଣି ଅଗ୍ନିଶମ ବାହିନୀ, ଶୁଖୁନି ସନ୍ଦେହୀ ପୋଖରୀ

ଆଜି ଦିନ ପ୍ରାୟ 10ଟା ସମୟରୁ ପୋଖରୀରେ ବଡ଼ ପାଣି ଉଠା ମଟର ଲାଗିଛି l କିନ୍ତୁ ସନ୍ଧ୍ୟା ହୋଇଯାଇଥିଲେ ସୁଦ୍ଧା ପୋଖରୀରୁ ଆଖି ଦୃଶିଆ ପାଣି କମି ନାହିଁ l ରାତି ତମାମ ଲାଗିଲେ ବି ପୋଖରୀରୁ ପାଣି ଶୁଖିବ ନାହିଁ ବୋଲି ଗ୍ରାମର ଲୋକେ କହିଛନ୍ତି l ଏହାର କାରଣ ଏହି ପୋଖରୀଟି ଝର ପୋଖରୀ ଅଟେ l ସେଥିପାଇଁ ଯେତେ ପାଣି ବାହାର କଲେ ମଧ୍ୟ ପୋଖରୀ ଝରି ପୁଣି ପାଣିରେ ଭର୍ତ୍ତି ହୋଇଯାଉଛି l

ପୋଖରୀରୁ ପାଣି ବାହାରି ଅନ୍ୟ ଏକ ସ୍ଥାନରେ କୃତ୍ରିମ ପୋଖରୀ ହୋଇଯାଇଛି l କିନ୍ତୁ ମୁଖ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନି l ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ନୟାନ୍ତ ହୋଇସାରିଲେଣି କିନ୍ତୁ ପୋଖରୀ ପାଣି ଶୁଖୁନି l ତେବେ ବିଳମ୍ବିତ ରାତିରେ ପୋଖରୀ ଶୁଖିବା ଆଶା ରଖିଛନ୍ତି ସମସ୍ତେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details