ଓଡିଶା

odisha

By

Published : Apr 30, 2021, 7:40 AM IST

ETV Bharat / state

ନୟାଗଡରେ ଜୋର ଧରିଲା ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବି

ନୟାଗଡ଼ ଜିଲ୍ଲାରେ ସବ ରେଜିଷ୍ଟର ପଦବୀ ପୂରଣ ଦାବି ଜୋର ଧରିଲା । ଅଧିକ ପଢନ୍ତୁ...

ଜୋର ଧରିଲା ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବି , ଦଲିଲ ଲେଖକ ସଂଘକୁ ସମର୍ଥନ ଜଣାଇଲା ଜିଲ୍ଲା କଂଗ୍ରେସ
ଜୋର ଧରିଲା ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବି , ଦଲିଲ ଲେଖକ ସଂଘକୁ ସମର୍ଥନ ଜଣାଇଲା ଜିଲ୍ଲା କଂଗ୍ରେସ

ନୟାଗଡ଼: ଜିଲ୍ଲା ସଦର ମହକୁମାରେ ସ୍ଥାୟୀ ଜିଲ୍ଲା ସବ ରେଜିଷ୍ଟର ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କୁ ଏହି ଗୁରୁତ୍ବପୂର୍ଣ ପଦବୀରେ ଅସ୍ଥାୟୀ ନିଯୁକ୍ତି ଦେଇ କାମ ଚଳାଇ ଆସୁଛନ୍ତି l ଯାହା ଫଳରେ ନୟାଗଡ଼ରେ ଜମିଜମା କିଣାବିକା ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରତ୍ୟକ ଦିନ ନାନା ସମସ୍ୟା ପରିଲିଖିତ ହେଉଥିଲା । ତେଣୁ ଜିଲ୍ଲାରେ ସ୍ଥାୟୀ ଡିଏସଆର ନିଯୁକ୍ତି ପାଇଁ ଜିଲ୍ଲା ଦଲିଲ ଲେଖକ ସଂଘ ପକ୍ଷରୁ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟ ସରକାରଙ୍କ 5ଟି ସଚିବ, ରାଜସ୍ବ ସଚିବ ଏବଂ ଜିଲ୍ଲପାଳଙ୍କୁ ଅବଗତ କରି ପଦବୀ ପୂରଣ କରିବା ପାଇଁ ଦାବି କରାଯାଇଛି । ଗତ ମାର୍ଚ୍ଚ ୧ ତାରିଖରୁ ଗାନ୍ଧୀ ନୀତି ଅନୁସାରେ ସମ୍ପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି l ତେବେ ଗୁରୁବାର ଦଲିଲ ଲେଖଲ ସଂଘ ସହ ସ୍ବର ମିଳାଇ ଦାବିକୁ ଦୋହରାଇଛି ଜିଲ୍ଲା କଂଗ୍ରେସ ।

ଜୋର ଧରିଲା ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବି , ଦଲିଲ ଲେଖକ ସଂଘକୁ ଜିଲ୍ଲା କଂଗ୍ରେସର ସମର୍ଥନ

ଦଲିଲ ଲେଖକ ସଂଘର ଦାବି ପୂରଣ ଦାବିରେ କାର୍ଯ୍ୟବନ୍ଦ ଡାକରା ପରେ ଆଜିକୁ ପ୍ରାୟ ୨ ମାସ ହେବ ନୟାଗଡରେ ଜମିଜମା କିଣାବିକା ଠପ ହୋଇଯାଇଛି l କୋଭିଡ ମହାମାରୀ ସଙ୍କଟ ବେଳେ ୨୦୦ ଦଲିଲ ଲେଖକ, ଷ୍ଟାମ୍ପ ଭେଣ୍ଡର, ଡିଟିପି ଫୋଟୋ ଏବଂ କ୍ୟାଣ୍ଟିନ କର୍ମଚାରୀଙ୍କ ଜୀବନ ଜୀବିକା ଠପ ହେବାକୁ ବସିଛି । ଏଠାରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି । ସ୍ଥାନୀୟ ବିଧାୟକ ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥାଇ ମଧ୍ୟ ତାଙ୍କର ଆନ୍ତରିକତା ଅଭାବ ଯୋଗୁଁ ସାଧାରଣ ସବ ରେଜିଷ୍ଟର ନିଯୁକ୍ତି ହୋଇପାରୁନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ସମାଲୋଚନା କରିଛନ୍ତି । ଯଥାଶୀଘ୍ର ଏହି ପଦବୀ ପୂରଣ କରାଯାଇ ନୟାଗଡ଼ରେ ଜମିଜମା କିଣାବିକା ସ୍ବାଭାବିକ କରିବା ପାଇଁ ଦାବି କରିଛି ନୟାଗଡ ଜିଲ୍ଲା କଂଗ୍ରେସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details