ଓଡିଶା

odisha

ETV Bharat / state

ବିପଦରେ ନୟାଗଡର କଂସା ଶିଳ୍ପ

କଂସାରୀ ସମାଜର 47ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ । ଶହ ଶହ ଶିଳ୍ପୀମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପଠାଇଥିବା ଜଣାପଡିଛି ।

By

Published : Jun 9, 2019, 8:01 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: କଞ୍ଚାମାଲର ଅଭାବ ଓ ପରିଶ୍ରମ ଅନୁସାରେ ପାରିଶ୍ରମିକ ନମିଳିବା ଯୋଗୁଁ ଦିନକୁ ଦିନ କଂସାରି କାରିଗରମାନେ ଏହି ହସ୍ତଶିଳ୍ପ ପ୍ରତି ଆଗ୍ରହ ରଖୁ ନଥିବା ଦେଖାଯାଉଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ କଂସାରୀ ସମାଜର 47ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶହ ଶହ ଶିଳ୍ପୀମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପଠାଇଥିବା ଜଣାପଡିଛି । ତେବେ ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ବାହାର ରାଜ୍ୟରେ ମେସିନ ଦ୍ୱାରା କଂସା ବାସନ ଓ ପିତଳ କାମ ସହଜରେ ହୋଇ ଆମ ଓଡିଶାରେ ବିକ୍ରି ହେଉଛି । କିନ୍ତୁ ଆମ ଓଡ଼ିଶାର ଶିଳ୍ପୀମାନଙ୍କୁ ଯଦି ନୂତନ ଜ୍ଞାନ କୌଶଳ ଦ୍ୱାରା ତାଲିମ ଦେଇ, ମେସିନ ଦ୍ୱାରା କଂସା ବାସନ ନିର୍ମାଣ ହୁଅନ୍ତା, ଓଡ଼ିଶାର ହସ୍ତ ଶିଳ୍ପୀମାନେ ଏହି କୌଳିକ ବୃତି ପ୍ରତି ଆକୃଷ୍ଟ ହୁଅନ୍ତେ ।

ସେହିପରି ପୁରୁଣା ପିତଳ, ସ୍ପିରିଟ, କୋଇଲା, ପ୍ରଭୁତି ଉପକରଣ ସୁବିଧାରେ ମିଳୁ ନାହିଁ । ତେଣୁ ବାଧ୍ୟ ହୋଇ ଶିଳ୍ପୀମାନେ କଂସା ବାସନ ତିଆରି କରିବା ବନ୍ଦ କରି ଦେଉଛନ୍ତି । ଯୁବପିଢି ମଧ୍ୟ ଆଉ ଆଗ୍ରହ ଦେଖାଉନଥିବା ଦେଖାଯାଉଛି । ନୟାଗଡ଼, କଟକ, ବୌଦ୍ଧ, ଗଂଜାମ ଅଂଚଳର ପ୍ରାୟ 12 ହଜାର ଶିଳ୍ପୀ ଏହି କୌଳିକ ବୃତ୍ତି କରି ଚଳୁଛନ୍ତି । ଆଜି ଅଧିବେଶନରେ ଏକ ଶହ ଶହ ଶିଳ୍ପୀ ମାନେ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପଠାଇଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details