ନୟାଗଡ: ସାମାନ୍ୟ ବଚସାରୁ ବୋମାମାଡ । ଖଣ୍ଡପଡା ସ୍ଥିତ ସିଙ୍ଘାପଡା ପେଟ୍ରୋଲ ପମ୍ପରେ ହୋଇଛି ବୋମାମାଡ । ତେଲ ପକାଇବାକୁ ନେଇ ବଚସାରୁ ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି। ସେପଟେ ନିଆଁକୁ ଆୟତ୍ତ କରିଛନ୍ତି ପେଟ୍ରୋଲ କର୍ମଚାରୀ ।
ସାମାନ୍ୟ ବଚସାରୁ ପେଟ୍ରୋଲ ପମ୍ପରେ ବୋମାମାଡ
09:54 January 15
ସାମାନ୍ୟ ବଚସାରୁ ଖଣ୍ଡପଡ଼ା ଥାନା ସିଙ୍ଗାପଡ଼ା ପେଟ୍ରୋଲ ପମ୍ପରେ ପେଟ୍ରୋଲ ବୋମାମାଡ଼ । ନିଆଁ ଲାଗି ଜଳିଗଲା ପେଟ୍ରୋଲ ପମ୍ପର ମାପଓଜନ ମେସିନ । ଅଧିକ ପଢନ୍ତୁ...
ସେପଟେ ବିଳମ୍ବିତ ରାତି 3 ଟା 28 ମିନିଟରେ ଦୁର୍ବୃର୍ତ୍ତ ନିଆଁ ଲଗାଇଥିବାର ଦୃଶ୍ୟ ସିସିଟିଭି କଏଦ ହୋଇଛି । ନିଆଁ ଲଗାଇ ଥିବା ଯୁବକ ଜଣକ ଗଡ଼ିଆ ସାହି ପଞ୍ଚାୟତ ପଥରଖଣ୍ଡ ଗାଁର ବୋଲି ଅଭିଯୋଗ ହୋଇଛି । ଖବର ପାଇ ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଉକ୍ତ ଦୁର୍ବୃତ୍ତ କାବୁ କରିବାକୁ ବିଭିନ୍ନ ସ୍ଥାନ ଖାନ ତଲାସ ଚଳାଇଛି ।
ସୂଚନା ଅନୁସାରେ, ବୁଧବାର ଯୁବକ ଜଣକ ଏକ ବଟଲ ଆଣି ପେଟ୍ରୋଲ ପମ୍ପରେ ପେଟ୍ରୋଲ ମାଗି ଥିଲା । ହେଲେ ଓଜନ ମାପକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିପାଇଁ ରାତିରେ ଏକ ପେଟ୍ରୋଲ ପମ୍ପରେ ବମ ପକାଇ ନିଆଁ ଲଗାଇ ଦେଇଥିବା କହିଛନ୍ତି ପମ୍ପର ମ୍ୟାନେଜର ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ