ଓଡିଶା

odisha

ETV Bharat / state

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଅଞ୍ଚଳରେ ଜଣେ ଯୁବକ ପାରିବାରିକ କଳହରୁ ଆତ୍ମହତ୍ୟା କରିଛି । ଅଧିକ ପଢନ୍ତୁ...

By

Published : May 3, 2021, 1:47 PM IST

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା
ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ନୟାଗଡ଼: ଜିଲ୍ଲା ଖଣ୍ଡପଡ଼ା ସହରସ୍ଥିତ ୯ନଂ ୱାର୍ଡ ମାଣିକଣିକା ସାହିର ଜଣେ ଯୁବକ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ମୃତକ ଜଣକ ମାଣିକଣିକା ସାହିର ମନୋଜ ନାୟକ ବୋଲି ଜଣାପଡିଛି । ତେବେ ମନୋଜ ପ୍ରାୟ 2 ବର୍ଷ ତଳେ ବିବାହ କରିଥିଲେ । ମନୋଜଙ୍କ ବାପା ମା 'ନଥିବା ଜଣାପଡ଼ିଛି । କିଛି ଦିନ ହେବ କୌଣସି କାରଣକୁ ନେଇ ମନୋଜ ପାରିବାରିକ ଅଶାନ୍ତିରେ ଥିଲେ । ତେବେ ଆଜି(ସୋମବାର) ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details