ଓଡିଶା

odisha

By

Published : Sep 8, 2021, 11:47 AM IST

ETV Bharat / state

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ, ବାସନ୍ଦ ପରିବାର ସହ କଥା ହେବାରୁ ୫୦ ହଜାର ଜୋରିମାନା

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ । ବାସନ୍ଦ ପରିବାର ସହ କଥା ହେବା ପଡିଲା ମହଙ୍ଗା । ଦୁଆର ମୁହଁରେ କଣ୍ଟା ପକାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ; ବାସନ୍ଦ ପରିବାର ସହ କଥା ହେବାରୁ ୫୦ ହଜାର ଜରିମାନା
ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ; ବାସନ୍ଦ ପରିବାର ସହ କଥା ହେବାରୁ ୫୦ ହଜାର ଜରିମାନା

ନୟାଗଡ଼: ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟର ଚିତ୍ର । ଗାଁରୁ ବାସନ୍ଦ ହୋଇଥିବା ପରିବାର ସହ କଥା ହେବାରୁ ଦେବାକୁ ପଡିବ ୫୦ ହଜାର ଟଙ୍କା । ଏଭଳି ଏକ ଅଭିଯୋଗ ଆସିଛି ନୟାଗଡର ଗୋଳଗୋଳା ଗାଁରୁ । ସୂଚନା ଅନୁସାରେ ଚିରଞ୍ଜିବୀ ପ୍ରଧାନ କିଛି ଦିନ ତଳେ ସେ ଗାଁର ନିଆଁ ପାଣି ବାସନ୍ଦ କରାଯାଇଥିବା ଶ୍ରୀଧର ପ୍ରଧାନଙ୍କ ସହ ମିଳାମିଶା କରିଥିଲେ । ଏ ନେଇ ଗାଁର କୈଣସି ବ୍ୟକ୍ତି ଆସି ଏସବୁ କଥା ଗାଁରେ କହିଥିଲେ ।

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ ; ବାସନ୍ଦ ପରିବାର ସହ କଥା ହେବାରୁ ୫୦ ହଜାର ଜରିମାନା

ଫଳରେ ଗାଁରେ ନିଆଁ ପାଣି ବାସନ୍ଦ ଶ୍ରୀଧରଙ୍କୁ କଥା କହିବା କାରଣରୁ ଚିରଞ୍ଜିବୀଙ୍କୁ ପ୍ରଥମେ 25ହଜାର ପରେ 50 ହଜାର ଜୋରିମାନା କରିଥିଲେ ଗାଁଲୋକେ । ତେବେ ଜୋରିମାନା ରାଶି ନଦେଇ ପାରିବାରୁ ଗାଁ ଲୋକେ ତାଙ୍କୁ ନିଆଁ ପାଣି ବନ୍ଦ କରିଦେବା ସାଙ୍ଗକୁ ଘର ଆଗରେ କଣ୍ଟା ପକାଇ ଦେଇଛନ୍ତି l ଏନେଇ ସେ ପ୍ରଥମେ ପୋଲିସର ସହାୟତା ଲୋଡିଥିଲେ । ଥାନାକୁ ନିଜ ଦୁଃଖ ଜଣାଇବା ପାଇଁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କ କଥା ଶୁଣି ନଥିଲା । ଏନେଇ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଅନ୍ୟପକ୍ଷେ ଏହି ମାମଲାରେ ନୟାଗଡ଼ କୋର୍ଟରେ ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନାରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଏଦିଗରେ ତଦନ୍ତ ଚଳାଇଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details