ଓଡିଶା

odisha

By

Published : Dec 8, 2020, 5:34 PM IST

ETV Bharat / state

ଭୟାବହ ଅଗ୍ନିକାଣ୍ଡରେ ବେସାହାରା 7 ପରିବାର, ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ

ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି 7 ଟି ପରିବାରର 7 ବଖରା ଘର ପୋଡି ପାଉଁଶ । କ୍ଷତିଗ୍ରସ୍ତଙ୍କୁ ଜରୁରୀକାଳୀନ ସାହାଯ୍ୟ ଯୋଗାଇବାକୁ ପ୍ରଶାସନକୁ ଗ୍ରାମବାସୀଙ୍କ ନିବେଦନ । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡରେ ବେସାହାରା 7 ପରିବାର, ସହୟତା ପାଇଁ ଗ୍ରାମବାସୀଙ୍କ ଅନୁରୋଧ
ଭୟାବହ ଅଗ୍ନିକାଣ୍ଡରେ ବେସାହାରା 7 ପରିବାର, ସହୟତା ପାଇଁ ଗ୍ରାମବାସୀଙ୍କ ଅନୁରୋଧ

ନୟାଗଡ: ଭୟାବହ ଅଗ୍ନିକାଣ୍ଡରେ 7 ପରିବାରର ମୁଣ୍ଡ ଉପରୁ ଉଠିଗଲା ଛାତ । ନୟାଗଡର ନୂଆଗାଁ ବ୍ଲକ ଆଦିବାସୀ ବହୁଳ ଗୁମୀ ପଞ୍ଚାୟତର କେସେଣ୍ଡା ଗ୍ରାମରେ ଗତକାଲି(ସୋମବାର) ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି 7 ଟି ପରିବାରର 7 ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ନଷ୍ଟ ହୋଇଯିବା ସହ ସମସ୍ତ ପରିବାର ବେସାହାରା ପାଲଟି ଯାଇଛନ୍ତି । କ୍ଷତିଗ୍ରସ୍ତମାନେ ହେଲେ ଗାଁର ପ୍ରଦୀପ ମଲ୍ଲିକ, ପ୍ରତାପ ମଲ୍ଲିକ, ପ୍ରକାଶ ମଲ୍ଲିକ, ରବିନ୍ଦ ଜାନୀ, ପ୍ରମିଲା ମଲ୍ଲିକ, ନଦୀ ମଲ୍ଲିକ । ତେବେ ସମସ୍ତ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ଜରୁରୀକାଳୀନ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

ଭୟାବହ ଅଗ୍ନିକାଣ୍ଡରେ ବେସାହାରା 7 ପରିବାର, ଲକ୍ଷାଧିକ ଟଙ୍କାର ଆସବାପତ୍ର ନଷ୍ଟ

ସବୁଦିନ ପରି ଗତ ରାତିରେ ସମସ୍ତ ପରିବାର ଜନ ଖାଇ ପିଇ ଶୋଇଥିଲେ । ଠିକ ବିଳମ୍ବିତ ରାତ୍ରି ସମୟରେ ପ୍ରଥରେ ପ୍ରଦୀପ ମଲ୍ଲିକଙ୍କ ଘର ଜଳିବାରେ ଲାଗିଥିଲା । ପରେ କେହି କିଛି ବୁଝିବା ପୂର୍ବରୁ ଗୋଟାଏ ପରେ ଗୋଟାଏ ଘର ଜଳିବାକୁ ଲାଗିଥିଲା । ସମସ୍ତେ ନିଜ ଜୀବନ ବଞ୍ଚାଇ ଘରୁ ବାହାରି ପଳାଇବାରେ ସକ୍ଷମ ହୋଇଥିଲେ । ମାତ୍ର ନିଆଁ ମୁହଁରେ ଘରର ସବୁକିଛି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଓଡଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳେକୁ ଘରର ଲକ୍ଷାଧିକ ଟଙ୍କାର ଆବାସପତ୍ର ମାଟିରେ ମିଶି ଯାଇଥିଲା । ଏଣୁ ବେସାହାରା ହୋଇଯାଇଥିବା ଏହି 7 ଟି ପରିବାରକୁ ଜରୁରୀକାଳୀନ ସାହାର୍ଯ୍ୟ ଯୋଗାଇବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details