ନୟାଗଡ଼: ସ୍କୁଲ ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳ । ଏପରି ଅଭିଯୋଗ ହୋଇଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ କୋଷାକଟା ଗ୍ରାମ ସ୍ଥିତ କୋଷାକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ - ନୟାଗଡ଼
ସ୍କୁଲ ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳ । ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି ନୟାଗଡ ଜିଲ୍ଲାରେ । ଅଧିକ ପଢନ୍ତୁ...
ସ୍କୁଲରେ ନୂଆ ଚାଉଳ ଷ୍ଟକ୍ ଥିବା ବେଳେ ବହୁ ମାସରୁ ରହିଥିବା ଏହି ବିଣ୍ଡା ଚାଉଳକୁ ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଉଛି । ଛାତ୍ରଛାତ୍ରୀମାନେ ଅଭିଯୋଗ କରିବାରୁ ଏହି ପୁରୁଣା ଚାଉଳ ସରିଲେ ନୂଆ ଷ୍ଟକରୁ ଚାଉଳ ଦିଆଯିବ ବୋଲି ଶିକ୍ଷକ କହୁଥିବା ଅଭିଯୋଗ କରିଛନ୍ତି । ତେବେ ଚାଉଳ ସବୁ ଷ୍ଟକ୍ ରହିଲା କିପରି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ଚାଉଳ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସେ ଚାଉଳକୁ ଖାଇଲେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା କ'ଣ ହେବ ସେ ନେଇ ସନ୍ଦେହ ଉପୁଜୁଛି । ଏଥିପ୍ରତି ଧ୍ୟାନ ଦେବାକୁ ଅଭିଭାବକମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିକଟରେ ଦାବି କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ