ଓଡିଶା

odisha

ETV Bharat / state

ଯୋଦ୍ଧା ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ, କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ଭକ୍ତ - Lord Shriram

ନୟାଗଡ଼ ଜିଲ୍ଲା ଓଡଗାଁ ସ୍ଥିତ ପ୍ରସିଦ୍ଧ ରଘୁନାଥ ଜିଉଁଙ୍କ ପୀଠରେ ଚାଲିଛି ରାମ ନବମୀ ଯାତ୍ରା । ଶ୍ରୀରାମ ନବମୀ ଯାତ୍ରାର ନବମୀ ସଂନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଙ୍କୁ ଯୋଦ୍ଧା ବେଶରେ ସୁସଜ୍ଜିତ କରାଯାଇଛି । ଅଧିକ ପଢନ୍ତୁ...

କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ଭକ୍ତ
କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ଭକ୍ତ

By

Published : May 2, 2021, 9:57 AM IST

ନୟାଗଡ଼: ଯୋଦ୍ଧା ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ । ନୟାଗଡ଼ ଜିଲ୍ଲା ଓଡଗାଁ ସ୍ଥିତ ପ୍ରସିଦ୍ଧ ରଘୁନାଥ ଜିଉଁଙ୍କ ପୀଠରେ ଚାଲିଛି ରାମ ନବମୀ ଯାତ୍ରା । ଶ୍ରୀରାମ ନବମୀ ଯାତ୍ରାର ନବମୀ ସଂନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଙ୍କୁ ଯୋଦ୍ଧା ବେଶରେ ସୁସଜ୍ଜିତ କରାଯାଇଛି । କୋରୋନା କଟକଣା ଭିତରେ ସାଧାରଣ ଦର୍ଶନ ବନ୍ଦଥିବାରୁ ସେବାୟତ, ମନ୍ଦିର ପରିଚାଳନା କମିଟି, ବେଶକାରୀଙ୍କୁ ନେଇ ନୀତିକାନ୍ତି ସମାପନ କରାଯାଉଛି ।

କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ଭକ୍ତ

ଲଙ୍କାପତି ରାବଣ ଛଦ୍ମବେଶରେ ଆସି ମାତା ସୀତାଙ୍କୁ ହରଣ କରିବା ପରେ ରାମ ଲକ୍ଷ୍ମଣ ସୀତାଙ୍କୁ ଖୋଜି ଖୋଜି ଆହତ ଜଟାୟୁ ଠାରୁ ସୀତା ହରଣ ନେଇ ଖବର ପାଇଥିଲେ । ସୀତାଙ୍କୁ ମୁକ୍ତି କରିବାକୁ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଭକ୍ତ ଏବଂ ହନୁମାନଙ୍କ ସହାୟତାରେ ବାନର ରାଜା ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କରିଥିଲେ l

ତେବେ ଲଙ୍କାପତି ବିରୋଧରେ ଯୁଦ୍ଧ ପାଇଁ ବିଚାରବିମର୍ଶ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ଏଦୃଶ୍ୟକୁ ଖୁବ ସୁନ୍ଦର ଭାବରେ ସଜ୍ଜିତ କରାଯାଇଛି । ପ୍ରତିବର୍ଷ ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବାବେଳେ ଚଳିତବର୍ଷ କୋରୋନା ସାଜିଛି ବାଧକ। ପ୍ରଭୁଙ୍କ ଏଭଳି ବେଶ ସୋସିଆଲରେ ଖୁବ ଭାଇରାଲ ହେବାପରେ ଯାତ୍ରାର ପ୍ରତ୍ୟେକ ସଂନ୍ଧ୍ୟାରେ ରାମଙ୍କ ଭିନ୍ନଭିନ୍ନ ବେଶ ଅନୁଷ୍ଠିତ ହେଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details