ଓଡିଶା

odisha

ETV Bharat / state

ପାଗଳ ବେଶଧାରୀ ଲୁଟେରା ଚାମୁ ଗିରଫ, ସୁନା ଅଳଙ୍କାର ଜବତ - ନୟାଗଡ଼ ଖବର

ନୟାଗଡ଼ ପୋଲିସକୁ ସଫଳତା । ଲୁଟେରା ଚାମୁ ମହନ୍ତକୁ ଗିରଫ କରିଛି ପୋଲିସ । ପାଗଳ ବେଶ ଧାରଣ କରି ଲୁଟପାଟ୍ କରି ଆତଙ୍କ ସୃଷ୍ଟି କରିଥିଲା ଏହି ଲୁଟେରା । ଅଧିକ ପଢ଼ନ୍ତୁ

ପାଗଳ ବେଶଧାରୀ ଲୁଟେରା ଚାମୁ ଗିରଫ, ସୁନା ଅଳଙ୍କାର ଜବତ
ପାଗଳ ବେଶଧାରୀ ଲୁଟେରା ଚାମୁ ଗିରଫ, ସୁନା ଅଳଙ୍କାର ଜବତ

By

Published : Dec 6, 2022, 8:40 AM IST

ନୟାଗଡ଼ : ନୟାଗଡ଼ ପୋଲିସକୁ ସଫଳତା । କୁଖ୍ୟାତ ଲୁଟେରା ଚାମୁ ମହନ୍ତକୁ ଗିରଫ କରିଛି ନୟାଗଡ଼ ପୋଲିସ । ପାଗଳ ବେଶରେ ନୟାଗଡ଼ରେ ଲୁଟପାଟ୍ କରି ଆତଙ୍କ ସୃଷ୍ଟି କରିଥିଲା ଲୁଟେରା ଚାମୁ । ଏହି ଅଭିଯୁକ୍ତର ଘର କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଚାମୁ ମହନ୍ତ ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୮ଟି ରାହାଜନୀ ମାମଲା ରହିଛି ।

ପାଗଳ ବେଶଧାରୀ ଲୁଟେରା ଚାମୁ ଗିରଫ, ସୁନା ଅଳଙ୍କାର ଜବତ

ସୂଚନା ଅନୁସାରେ, ଗତ କିଛିଦିନ ହେଲା କୁଖ୍ୟାତ ଲୁଟେରା ଚାମୁ କେନ୍ଦୁଝରରୁ ନୟାଗଡ଼କୁ ବସ୍ ଯୋଗ ଆସିଥିଲା । ସେଠାରେ ନିଜର ବେଶ ବଦଳାଇ ପାଗଳ ବେଶ ଧାରଣ କରି ରାତିରେ ଲୁଟପାଟ୍ କରୁଥିଲା । ଏପରିକି ସେ ସ୍ଥାନୀୟ ଲୋକଙ୍କ ଘରେ ପଶି ଲୁଟ୍ କରୁଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ହେଲେ ପୋଲିସ ଏହି ଲୁଟେରାର ଟେର୍ ପାଉନଥିଲା ।

ଏହିକ୍ରମରେ ଗତକାଲି(ରବିବାର) ରାତିରେ ଚାମୁ ନୟାଗଡ଼ ମ୍ୟୁନିସିପାଲିଟିର ଦେବତ୍ତର କଲୋନୀକୁ ଲୁଟ୍ କରିବା ପାଇଁ ଯାଇଥିଲା । ସେଠାରେ ଲୁଟ୍ ଉଦ୍ୟମ କରୁଥିବା ବେଳେ ଟାଉନ ଥାନା ପୋଲିସର ହାବୁଡ଼ରେ ପଡ଼ିଯାଇଥିଲା । ପୋଲିସକୁ ଦେଖି ଚାମୁ ଭୟଭୀତ ହୋଇଯାଇଥିଲା । ଏହାସହ ସେଠାରୁ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ପୋଲିସ ଚାମୁକୁ ଗିରଫ କରିନେଇଥିଲା ।

ଗିରଫ ସମୟରେ ଚାମୁ ଠାରୁ 70 ଗ୍ରାମ ସୁନା, 500 ଗ୍ରାମ ରୁପା ଏବଂ 10, 715 ଟଙ୍କା ଜବତ କରିଛି ପୋଲିସ । ଏନେଇ ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୟାଗଡ଼ ମ୍ୟୁନିସିପାଲିଟିରେ ଗତ ଜୁଲାଇ ମାସ ଏବଂ ଡିସେମ୍ବର ୨ ତାରିଖରେ ହୋଇଥିବା 3ଟି ଯାକ ଲୁଟ ଘଟଣାରେ ଚାମୁର ସମ୍ପୃକ୍ତି ରହିଥିବା ନେଇ ନୟାଗଡ଼ SP କହିଛନ୍ତି l ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details