ଓଡିଶା

odisha

ETV Bharat / state

ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି, ଥାନା ମାନ୍ୟତା ପାଇଁ ଦାବି

ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି । ଆଖିରେ ନ ଦେଖିଲେ ଯେ କେହିବି ବିଶ୍ବାସ କରିବେନି । କାରଣ ଏ ଫାଣ୍ଡି ତା'ର ରୂପ ବଦଳାଇ ପାର୍କରେ ପରିଣତ ହୋଇଛି । ଯେଉଁଠି ଭ୍ରମିତ ହେଉଛି ମନ ଆଉ ଲାଖିଯାଉଛି ଆଖି । ଅଧିକ ପଢନ୍ତୁ...

ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି, ଥାନାର ମାନ୍ୟତା ପାଇଁ ଦାବି
ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି, ଥାନାର ମାନ୍ୟତା ପାଇଁ ଦାବି

By

Published : Apr 27, 2021, 5:36 PM IST

ନୟାଗଡ:ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି । ଆଖିରେ ନ ଦେଖିଲେ ଯେ କେହିବି ବିଶ୍ବାସ କରିବେନି । କାରଣ ଏ ଫାଣ୍ଡି ତା'ର ରୂପ ବଦଳାଇ ପାର୍କରେ ପରିଣତ ହୋଇଛି । ଯେଉଁଠି ଭ୍ରମିତ ହେଉଛି ମନ ଆଉ ଲାଖିଯାଉଛି ଆଖି । କେତେବେଳେ ମନ୍ଦାର, ଟଗର, ଗୋଲାପ ଆଦି ରଙ୍ଗ ବେରଙ୍ଗର ଫୁଲ ମନକୁ ମୋହିତ କରୁଛି ତ ପୁଣି କେତେବେଳେ ପାଚେରୀରେ ପୁରାତନ ସଂସ୍କୃତି ଝୋଟିର ଝଲକ ସାଙ୍ଗକୁ କାନ୍ଥରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଚିତ୍ର ଲୋକଙ୍କ ମନରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ଚେତନା । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡିର । ବ୍ରିଟିଶ ଅମଳରେ ସ୍ଥାପନ ହୋଇଥିଲା ଏହି ଫାଣ୍ଡି ।

ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି, ଥାନାର ମାନ୍ୟତା ପାଇଁ ଦାବି
ଏକ ଆଦର୍ଶ ଫାଣ୍ଡିର ପରିକଳ୍ପନା ନେଇ କାମ ଆରମ୍ଭ କରିଥିଲେ ତତ୍କାଳୀନ ଫାଣ୍ଡି ଅଧିକାରୀ ପ୍ରଦୀପ୍ତ କୁମାର ସାମଲ l ଏବେ ସେ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ l ମାତ୍ର ସେ ଆରମ୍ଭ କରିଯାଇଥିବା ସୌନ୍ଦର୍ଯ୍ୟକରଣ କାମକୁ ବର୍ତ୍ତମାନର ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକଙ୍କ ତତ୍ତ୍ବାବଧାନରେ ସମସ୍ତ ଷ୍ଟାଫ୍ ଏ ସ୍ଥାନକୁ ସେମିତି ସଜାଇ ରଖିଛନ୍ତି । ଏଠାରେ ବସିବା ଠାରୁ ଆରମ୍ଭ କରି ପାଣି ପିଇବା ପର୍ଯ୍ୟନ୍ତ ସବୁ ସୁବିଧା କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଫାଣ୍ଡିକୁ ଆସୁଥିବା ଲୋକଙ୍କ ମନରେ ସକାରତ୍ମକ ଭାବନା ସୃଷ୍ଟି କରିବା ।ହେଲେ ପରିତାପର ବିଷୟ ଏହା ଯେ, ବାହାରକୁ ଏତେ ସୁନ୍ଦର ଦେଖାଯାଉଥିବା ବ୍ରିଟିଶ ଅମଳର ଏ ଫାଣ୍ଡିକୁ ଆଜି ପର୍ଯ୍ୟନ୍ତ ଥାନାର ମାନ୍ୟତା ମିଳିପାରି ନାହିଁ । ଏହି ଫାଣ୍ଡି ଅଧିନରେ 8ଟି ପଞ୍ଚାୟତର ପ୍ରାୟ 50 ହଜାରରୁ ଅଧିକ ଲୋକେ ନିର୍ଭର କରନ୍ତି । କ୍ରାଇମ ରେକର୍ଡ ଦୃଷ୍ଟିରୁ ମଧ୍ୟ ଏ ଫାଣ୍ଡି ବେଶ୍ ଗୁରୁତ୍ବ ବହନ କରେ । ତେଣୁ ଏପରି ଏକ ଆଦର୍ଶ ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।ନୟାଗଡରୁ ଜୟେନ୍ଦ୍ର ବେହେରା, ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details