ଓଡିଶା

odisha

ETV Bharat / state

ଏସି ନ ଲାଗିଲେ ଯୁକ୍ତ ଦୁଇ ଖାତା ଦେଖା ବନ୍ଦ !

ଅସହ୍ୟ ଗରମରେ ଗୋଟିଏ ରୁମରେ 150 ଅଧ୍ୟାପକ ବସି ଖାତା ଦେଖିବା କଷ୍ଟକର । ମୂଲ୍ୟାଙ୍କନ ରୁମରେ ଏସି ନ ଲଗାଇବା ପର୍ଯ୍ୟନ୍ତ ଖାତା ଦେଖା ବର୍ଜନ କଲେ ଅଧ୍ୟାପକ ବୃନ୍ଦ ।

By

Published : May 9, 2019, 7:16 PM IST

ଫଟୋ ସୌଜନ୍ୟ- ପ୍ରତିନିଧି , ନୟାଗଡ


ନୟାଗଡ: ମୁଣ୍ଡଫଟା ଖରାକୁ ଅସମ୍ଭାଳ ତାତି । ଅସହ୍ୟ ଗରମରେ ଗୋଟିଏ ରୁମରେ 150 ଅଧ୍ୟାପକ ବସି ଖାତା ଦେଖିବା କଷ୍ଟକର । ଏପଟେ ଏସି ଥାଇ ବି ପ୍ରିନ୍ସପାଲ ରିମୋଟ ନେଇ ପଳାଉଛନ୍ତି । ଫଳରେ ଝାଳ ପଡି ଖାତା ଓଦା ହେଇଯାଉଛି । ଏଣୁ ଜିଲ୍ଲା କଲେଜର ମୂଲ୍ୟାଙ୍କନ ରୁମରେ ଏସି ନ ଲଗାଇବା ପର୍ଯ୍ୟନ୍ତ ଖାତା ଦେଖା ବର୍ଜନ କରିଛନ୍ତି ଅଧ୍ୟାପକ ବୃନ୍ଦ ।

ଭିଡିଓ ସୌଜନ୍ୟ- ପ୍ରତିନିଧି , ନୟାଗଡ

ନୟାଗଡ଼ କଲେଜର ପ୍ରାୟ ସମସ୍ତ ହଲ ରେ ଇଭିଏମ ମେସିନ ରହିଛି । ଏଣୁ ଜୁବୁଲି କନ୍ଫରେନ୍ସ ହଲ ରେ ସମସ୍ତ 150 ଜଣ ଅଧ୍ୟାପକ ଓ ଅଧ୍ୟାପିକା ଖାତା ଦେଖିବାପାଇଁ ଆସିଥିଲେ । କିନ୍ତୁ ଅସହ୍ୟ ଗରମ ଯୋଗୁଁ ଖାତା ଦେଖିବା ସମ୍ଭବ ହୋଇପାରୁନାହିଁ । ଏପଟେ ସେହି ହଲରେ ଏସି ଥିଲେ ମଧ୍ୟ କଲେଜ ଅଧ୍ୟକ୍ଷ ଏସି ଲଗାଇବା ପାଇଁ ବାରଣ କରିଥିଲେ । ଯେଉଁଥିପାଇଁ ଖାତା ଦେଖିବା ବେଳେ ବହୁ ସମସ୍ୟା ହେଉଛି । ଏଣୁ ଯୁକ୍ତ ଦୁଇ ପିଲାଙ୍କର ଭବିଷ୍ୟତ ସହ ଏକପ୍ରକାର ଖେଳ ଖେଳୁଛନ୍ତି ବୋଲି କହି ଖାତା ଦେଖା ବର୍ଜନ କରିଛନ୍ତି ଅଧ୍ୟାପକ ବୃନ୍ଦ। ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଖାତା ଦେଖିବେ ନାହିଁ ବୋଲି ମଧ୍ୟ ଖୋଲା ଧମକ ଦେଇଛନ୍ତି ଏମାନେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details