ନୟାଗଡ଼: ମରଣଯନ୍ତା ପାଲଟିଛି କୋଟଗଡ଼-ନରେନ୍ଦ୍ରପୁର ରାସ୍ତା । ଖାଲଖମାରେ ଭର୍ତ୍ତି ହୋଇଥିବା ଏହି ରାସ୍ତା ପ୍ରତି କ୍ଷଣେ ଜୀବନ ମରଣ ସହ ଲଢୁଛନ୍ତି ଲୋକେ । ଏହି ରାସ୍ତା ଉପରେ ନର୍ଭର କରୁଥିବା ଲୋକେ ବପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ।
ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମ ପଞ୍ଚାୟତ କୋଟଗଡ଼ -ନରେନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା l ପ୍ରାୟ 2 କିଲୋମିଟର ବିଶିଷ୍ଟ ଏହି ରାସ୍ତାଟିର ଅନେକ ସ୍ଥାନ ଖାଲଖମାରେ ପରିଣତ ହୋଇଛି l ଠାଏ ଠାଏ ପିଚୁ ଉଠି ମେଟାଲ ଦିଶୁଛି l ଫଳରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ଅନେକ ସ୍ଥାନରେ ଏଭଳି ଖାଲଖମା ହୋଇଥିବାରୁ ଯାତ୍ରୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି l ରାତିର ଅନ୍ଧାରରେ ଯାତାୟାତ କରିବାକୁ ଲୋକେ ବହୁ ଅସୁବିଧାର ହେଉଛି l