ବଲାଙ୍ଗୀର: ଦିନକୁ ଦିନ ପରୀ ହତ୍ୟାାକାଣ୍ଡରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପରୀ ଘଟଣାରେ ଏସଆଇଟି ତଦନ୍ତକୁ ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡରେ ଏସଆଇଟି ମନିଟରିଂ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ ହାଇକୋର୍ଟ।
ବଲାଙ୍ଗୀର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଆରଟିଆଇ(RTI) ତଥ୍ୟ ଅନୁଯାୟୀ ହାଇକୋର୍ଟ ସିଟିଂ ଜଜଙ୍କ ଦ୍ବାରା ଏସଆଇଟି ମନିଟରିଂ କୌଣସି ଚିଠି ହସ୍ତଗତ ହୋଇନାହିଁ। ଗତ ଜାନୁଆରୀ 6 ତାରିଖରେ ଏହି ତଥ୍ୟ ହସ୍ତଗତ ହୋଇଥିଲା। ତେବେ ଏହାକୁ ନେଇ ଅଧିକ ସୂଚନା ଦେଇଛନ୍ତି ହାଇକୋର୍ଟର ଜଣେ ସୂଚନା ଅଧିକାରୀ।
ଆରଟିଆଇ ତଥ୍ୟ ଅନୁଯାୟୀ ନାବାଳିକା ହତ୍ୟାକାଣ୍ଡରେ ଏସଆଇଟି ମନିଟରିଂ ପାଇଁ ନଭେମ୍ଭର 28 ତାରିଖରେ ହାଇକୋର୍ଟ ନିକଟରେ ଆବେଦନ କରିଥିଲେ ରାଜ୍ୟ ସରକାର। ତେବେ ଏହାର 3ଦିନ ପରେ ଅର୍ଥାତ ଡିସେମ୍ବର 1 ତାରିଖରେ ଏହି ଆବେଦନକୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟର ସିଟିଂ ଜଜ୍। ଖାଲି ସେତେକି ନୁହେଁ ଏହାକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରାଯାଇଥିଲା।