ଓଡିଶା

odisha

ETV Bharat / state

ଟୋକନ ଦେଇ ଧାନ କିଣୁନାହାଁନ୍ତି ମିଲର, ଧାରଣା ଦେଲେ ଚାଷୀ - ନୟାଗଡ଼ରେ ଟୋକନ ସମସ୍ୟା

ନୟାଗଡ ଜିଲ୍ଲାରେ ମିଲରମାନେ ଟୋକନ ଦେଇ ଧାନ କିଣୁନଥିବାରୁ ଚାଷୀମାନେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ଟୋକନ ଦେଇ ଧାନ କିଣୁନାହାଁନ୍ତି ମିଲର, ଧାରଣା ଦେଲେ ଚାଷୀ
ଟୋକନ ଦେଇ ଧାନ କିଣୁନାହାଁନ୍ତି ମିଲର, ଧାରଣା ଦେଲେ ଚାଷୀ

By

Published : Mar 3, 2021, 11:39 AM IST

ନୟାଗଡ଼:ଜିଲ୍ଲାରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ମିଲରମାନେ ଟୋକନ ଦେଉଥିବା ବେଳେ ଧାନ କିଣୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ମଙ୍ଗଳବାର ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ଟୋକନ ଦେଇ ଧାନ କିଣୁନାହାଁନ୍ତି ମିଲର, ଧାରଣା ଦେଲେ ଚାଷୀ

କଟନୀ ଛଟନୀ ବିରୋଧରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଅନେକ ଚାଷୀ ଟୋକନ ପାଇଥିବା ବେଳେ ସେମାନଙ୍କ ଧାନ ସଂଗ୍ରହ ହୋଇ ନ ଥିବା ସହିତ ନକଲି ଚାଷୀ ଲାଭବାନ ହୋଇଛନ୍ତି । କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କୁ ସମ୍ପୂର୍ଣ ଅଣଦେଖା କରାଯାଉଥିବା ବେଳେ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କହିଛନ୍ତି ଚାଷୀ ।

ଏନେଇ ଚାଷୀମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଧାନ କିଣାର ପ୍ରତିଶୃତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିବା ଦେଖିବାକୁ ମିଳିଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details