ଓଡିଶା

odisha

ETV Bharat / state

Manas Murder Case: କ୍ରାଇମବ୍ରାଞ୍ଚ କାର୍ଯ୍ୟରେ ଅସନ୍ତୁଷ୍ଟ ପରିବାର, CBI ତଦନ୍ତ ଦାବି - କ୍ରାଇମବ୍ରାଞ୍ଚ କାର୍ଯ୍ୟରେ ଅସନ୍ତୁଷ୍ଟ ମାନସଙ୍କ ପରିବାର

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା । ସିବିଆଇ ତଦନ୍ତ ଦାବି କଲା ପରିବାର । ଅଧିକ ପଢନ୍ତୁ

Manas Murder Case: କ୍ରାଇମବ୍ରାଞ୍ଚ କାର୍ଯ୍ୟରେ ଅସନ୍ତୁଷ୍ଟ ପରିବାର, CBI ତଦନ୍ତ ପାଇଁ ଦାବି
Manas Murder Case: କ୍ରାଇମବ୍ରାଞ୍ଚ କାର୍ଯ୍ୟରେ ଅସନ୍ତୁଷ୍ଟ ପରିବାର, CBI ତଦନ୍ତ ପାଇଁ ଦାବି

By

Published : Apr 5, 2022, 12:12 PM IST

ନୟାଗଡ଼:ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡରେ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରୁଛି କ୍ରାଇମବ୍ରାଞ୍ଚ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଟଣାର କ୍ରାଇମ ସ୍ପଟକୁ ଯାଇ କ୍ରାଇମ ସିନ୍‌ର ରିକ୍ରିଏସନ ମଧ୍ୟ କରିଛି । ହେଲେ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ପରିବାର । ଘଟଣାରେ CBI ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

Manas Murder Case: କ୍ରାଇମବ୍ରାଞ୍ଚ କାର୍ଯ୍ୟରେ ଅସନ୍ତୁଷ୍ଟ ପରିବାର, CBI ତଦନ୍ତ ପାଇଁ ଦାବି

ହତ୍ୟାକାଣ୍ଡ ଘଟଣାରେ ଆବଶ୍ୟକ ତଥ୍ୟ ଏବଂ ପ୍ରମାଣ ଅଭାବରୁ ମାନସ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସମେତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ କ୍ରାଇମବ୍ରାଞ୍ଚ କିପରି ଦୋଷୀ ସାବ୍ୟସ୍ତ କରିବ ଏ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦୋଷୀଙ୍କୁ ଦଣ୍ଡ ଦେବାକୁ CBI ତଦନ୍ତ ଆବଶ୍ୟକ । ଏଣୁ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଶର୍ମିଷ୍ଠା ସହ ପ୍ରଭାବଶାଳୀ ନେତା ମନ୍ତ୍ରୀ ଥିବାରୁ ଏହାକୁ ଚାପି ଦେଉଥିବା ମଧ୍ୟ ପରିବାର ଲୋକେ କହିଛନ୍ତି ।

ନେତା ମନ୍ତ୍ରୀ ଓ ବଡ଼ ସରକାରୀ ବାବୁଙ୍କୁ ରକ୍ଷା କରିବା ପାଇଁ କ୍ରାଇମବ୍ରାଞ୍ଚ କେବଳ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀ, ଝୁନା, ରଞ୍ଜନ ନାୟକ ଏବଂ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । କିନ୍ତୁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ପାଖରୁ କୌଣସି ପ୍ରମାଣ ଆବଶ୍ୟକ ତଥ୍ୟ ମିଳିନଥିବାରୁ କ୍ରାଇମବ୍ରାଞ୍ଚ ଉପରେ ସନ୍ତୁଷ୍ଟ ନଥିବା କହିଛନ୍ତି ପରିବାର ଲୋକେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details