ନୟାଗଡ:ଯୌତୁକ ଜୁଇରେ ନବବଧୂ । ଯୌତୁକ ପାଇଁ ବଧୂ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାରଲୋକେ । ନୟାଗଡ ଜିଲ୍ଲା ରାଜସୁନାଖଳା ଗ୍ରାମ ପଞ୍ଚାୟତରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ପରିବାରଲୋକେ । ନୟାଗଡରେ ପୁଣି ବଧୂ ହତ୍ୟା ଅଭିଯୋଗ । ରାଜସୁନାଖଳା ଗ୍ରାମ ପଞ୍ଚାୟତ ରମାବିଲ ଗାଁର ଘନଶ୍ୟାମ ବରାଡ଼ଙ୍କ ବଡ଼ ଝିଅ ବିଜୟଲକ୍ଷ୍ମୀ ବରାଡ଼ ଗତ 16ମାସ ତଳେ କୋଟଣୀଶିଳା ଗାଁର ଭୀମସେନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?
ବିବାହ ବେଳେ ବିଜୟ ଲକ୍ଷ୍ମୀଙ୍କ ପରିବାର ପକ୍ଷରୁ 6ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା । ତେବେ ଏତିକିରେ ସନ୍ତୁଷ୍ଟ ନହୋଇ ଆହୁରୁ ଦେଢ ଲକ୍ଷ ଟଙ୍କା ଦାବି କରିଥିଲେ ଶାଶୁଘର ଲୋକେ । ତେବେ ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ବିଜୟଲକ୍ଷ୍ମୀଙ୍କୁ ଗତକାଲି ବିଳମ୍ବତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ସୂଚନା ଅନୁସାରେ, ବିଜୟଲକ୍ଷ୍ମୀ ଗତ କିଛିଦିନ ତଳେ ପୋଲିସ ଏସଆଇ ପରୀକ୍ଷା ଦେଇଥିବାବେଳେ, ତାଙ୍କର ଏକ 6ମାସର ଶିଶୁପୁତ୍ର ରହିଛି ।