ଓଡିଶା

odisha

By

Published : May 11, 2021, 2:55 PM IST

ETV Bharat / state

ଜାମୁଝୋଲା ଗ୍ରାମରେ ହାତୀ ଆତଙ୍କ: ଏକର ଏକର ଫସଲ ନଷ୍ଟ

ନୟାଗଡ ଜିଲ୍ଲା ବାହାଡାଝୋଲା ଗ୍ରାମପଞ୍ଚାୟତର ଜାମୁଝୋଲା ଅଞ୍ଚଳରେ ହାତୀ ଏକର ଏକର ଫସଲ ନଷ୍ଟ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଜାମୁଝୋଲା ଗ୍ରାମରେ ହାତୀ ଆତଙ୍କ : ଏକର ଏକର ଫସଲ ନଷ୍ଟ
ଜାମୁଝୋଲା ଗ୍ରାମରେ ହାତୀ ଆତଙ୍କ : ଏକର ଏକର ଫସଲ ନଷ୍ଟ

ନୟାଗଡ଼: ଫସଲ ଅମଳ ସମୟରେ ବଣୁଆ ହାତୀଙ୍କ ଉପଦ୍ରଵ । ନୟାଗଡ ଜିଲ୍ଲା ବାହାଡାଝୋଲା ଗ୍ରାମପଞ୍ଚାୟତର ଜାମୁଝୋଲା ଅଞ୍ଚଳରେ ହାତୀ ଏକର ଏକର ଫସଲ ନଷ୍ଟ କରିଦେଇଛନ୍ତି । ତେବେ ବନ ବିଭାଗ ତରଫରୁ ସ୍ବତନ୍ତ୍ର ସ୍କ୍ବାର୍ଡ ନଥିବାରୁ ହାତୀ ଆତଙ୍କ ବୃଦ୍ଧି ପାଇଛି ।

ଜାମୁଝୋଲା ଗ୍ରାମରେ ହାତୀ ଆତଙ୍କ : ଏକର ଏକର ଫସଲ ନଷ୍ଟ

ବିଶେଷ କରି ଜାମୁଝୋଲା ଗ୍ରାମର ଚକ୍ରପାଣି ଡ଼ିହୁଡ଼ିଙ୍କର ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି ବଣୁଆ ହାତୀ । ସୋମବାର ବିଳମ୍ବିତ ରାତିରେ କିଛି ବଣୁଆ ହାତୀ ଆସି ସ୍ଥାନୀୟ କଦଳୀ, ନଡ଼ିଆ, ମକା ଇତ୍ୟାଦି ଫସଲକୁ ନଷ୍ଟ କରି ଦେଇଛନ୍ତି | ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ଏବଂ ଶୂଳିଆ ଜଙ୍ଗଲ ପାଇଁ ସ୍ବତନ୍ତ୍ର ହାତୀ ସ୍କ୍ବାର୍ଡ ଗଠନ ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details