ଓଡିଶା

odisha

ETV Bharat / state

ଆଶୁ କବି ଯଦୁମଣିଙ୍କ କାଳଜୟୀ ସାହିତ୍ୟ ବଞ୍ଚାଇ ରଖିବାକୁ ଆରମ୍ଭ ହେଲା ପ୍ରୟାସ

ନୟାଗଡ ଜିଲ୍ଲା ଇଟାମାଟିରେ ଆଶୁ କବି ଉତ୍କଳ ଘଣ୍ଟ ସ୍ବର୍ଗତଃ ଯଦୁମଣି ମହାପାତ୍ରଙ୍କ ଉଦ୍ଦେଶ୍ୟରେ ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

By

Published : Feb 22, 2021, 2:54 PM IST

ଆଶୁ କବି ଯଦୁମଣିଙ୍କ କାଳଜୟୀ ସାହିତ୍ୟ ବଞ୍ଚାଇରଖିବାକୁ ଆରମ୍ଭ ହେଲା ପ୍ରୟାସ
ଆଶୁ କବି ଯଦୁମଣିଙ୍କ କାଳଜୟୀ ସାହିତ୍ୟ ବଞ୍ଚାଇରଖିବାକୁ ଆରମ୍ଭ ହେଲା ପ୍ରୟାସ

ନୟାଗଡ: ଜିଲ୍ଲା ଇଟାମାଟିରେ ଆଶୁ କବି ଉତ୍କଳ ଘଣ୍ଟ ସ୍ବର୍ଗତଃ ଯଦୁମଣି ମହାପାତ୍ରଙ୍କ ଉଦ୍ଦେଶ୍ୟରେ ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଯଦୁମଣିଙ୍କ କାଳଜୟୀ ସାହିତ୍ୟ କୃତିକୁ ସରକାର ଭୁଲି ଯାଇଥିବା ବେଳେ ଏହାକୁ ଉଜ୍ଜୀବିତ କରି ରଖିବାକୁ ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ l ପ୍ରତି ମାସରେ ଏଭଳି କର୍ମଶାଳା କରି ବର୍ତ୍ତମାନର ପିଢିଙ୍କ ପାଖେ ଯଦୁମଣିଙ୍କ କାଳଜୟୀ କୃତି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି l

ଆଶୁ କବି ଯଦୁମଣିଙ୍କ କାଳଜୟୀ ସାହିତ୍ୟ ବଞ୍ଚାଇରଖିବାକୁ ଆରମ୍ଭ ହେଲା ପ୍ରୟାସ

ରୀତି ଯୁଗର ଶ୍ରେଷ୍ଠ ତଥା ଶେଷ କବି ଏବଂ ତାଙ୍କ ସାହିତ୍ୟ ଯୁଗେ ଯୁଗେ ଓଡ଼ିଆଙ୍କ ପାଖେ ସ୍ମରଣୀୟ ହୋଇ ରହିବେ ବୋଲି ଉପସ୍ଥିତ ବକ୍ତାମାନେ ମତ ଦେଇଥିଲେ l ଏହି ସାହିତ୍ୟ କର୍ମଶାଳାରେ ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ଦୁର୍ଗାକାନ୍ତ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଶୋକ କୁମାର ନାୟକ ଏବଂ ବରିଷ୍ଠ ପାଲାକାର ଗୋବର୍ଦ୍ଧନ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି ସଭାରେ ରୋହନ ମହାପାତ୍ର ସଂଯୋଜନା କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details