ଓଡିଶା

odisha

ETV Bharat / state

ଲଗାଣ ବର୍ଷାର ପ୍ରଭାବ, ନଦୀରୁ ବାଇକ ସହ ଉଦ୍ଧାର ହେଲେ ଦୁଇ ଯୁବକ

ଦଶପଲ୍ଲା ଥାନା ତେଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠାପାଯୁ ଗ୍ରାମ ନିକଟରେ ବହିଯାଇଥିବା ବାଗଦେବି ନଦୀରେ ଭାସିଯାଇ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ୨ ଯୁବକ । ଅଧିକ ପଢନ୍ତୁ

Due to heavy rain water level of bagdevi river has increased
ଲଗାଣ ବର୍ଷାର ପ୍ରଭାବ,ନଦୀରେ ବାଇକ୍ ସହ ଭାସିଗଲେ ଦୁଇ ଯୁବକ

By

Published : Aug 11, 2022, 7:51 PM IST

ନୟାଗଡ: ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷା କମିବା ସତ୍ତ୍ବେ ଜଳସ୍ତର ହ୍ରାସ ପାଇନାହିଁ । ଏଭଳି ପରିସ୍ଥିତରେ ଏକ ଅଘଟଣ ଦେଖାଦେଇଛି । ନଦୀର ଜଳ ସ୍ରୋତରେ ବାଇକ ସହ ଭାସି ଯାଇଥିଲେ ଦୁଇ ଯୁବକ । ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ୨ ଯୁବକ । ଏହି ଘଟଣା ଘଟିଛି ଦଶପଲ୍ଲା ଥାନା ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠାପାଯୁ ଗ୍ରାମ ନିକଟରେ ବହିଯାଇଥିବା ବାଗଦେବି ନଦୀରେ ।

ଲଗାଣ ବର୍ଷାର ପ୍ରଭାବ, ନଦୀରେ ବାଇକ୍ ସହ ଭାସିଗଲେ ଦୁଇ ଯୁବକ

ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଫୁଲିଉଠିଛି ନଦୀ l ଲଗାଣ ବର୍ଷା ଯୋଗୁଁ ବାଗଦେବି ନଦୀରେ ପ୍ରବଳ ସ୍ରୋତରେ ପାଣି ଆସିଥିଲା l ଏପରିକି ବାଗଦେବୀ ନଦୀ ପାର୍ଶ୍ଵରେ ଥିବା ରାସ୍ତା ଉପରେ ମଧ୍ୟ ପ୍ରବଳ ସ୍ରୋତରେ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯାତାୟାତ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ଲେମ୍ବୁଗୋଛା ଗ୍ରାମର ଦୁଇ ଜଣ ଯୁବକ ବିଶ୍ଵନାଥ କହଁର ଏବଂ ମନୋଜ ମଲିକ ଏକ ବାଇକରେ ଯାଉଥିଲେ । ଏହି ସମୟରେ ହଠାତ୍ ପାଣି ସ୍ରୋତରେ ବାଇକ୍ ସହ ଯୁବକ ଦୁଇଜଣ ଭାସି ଯାଇଥିଲେ l ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ସୁରକ୍ଷିତ ଭାବେ ଦୁଇଜଣ ଯୁବକ ଉଦ୍ଧାର ହୋଇଥିଲେ l କିନ୍ତୁ ବାଇକଟି ପାଣି ସୁଅରେ ଭାସିଯାଇଥିଲା l ବହୁ ଖୋଜାଖୋଜି ପରେ ସ୍ଥାନୀୟ ଲୋକମାନେ ବାଇକକୁ ପାଣିରୁ ବାହାର କରିଥିଲେ ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details