ଓଡିଶା

odisha

ETV Bharat / state

ପିଇବା ପାଣି ପାଇଁ ଦେଢ଼ କିଲୋମିଟର ଚାଲୁଛନ୍ତି କଲେଜ ପିଲା

ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳର ସମସ୍ୟା । ପିଇବା ପାଣି ପାଇଁ କଲେଜଠାରୁ ଦେଢ କିଲୋମିଟର ଚାଲି ଚାଲି ଯାଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ପିଇବା ପାଣି ପାଇଁ ଦେଢ଼ କିଲୋମିଟର ଚାଲି ଚାଲି ଯାଉଛନ୍ତି କଲେଜ ଛାତ୍ରଛାତ୍ରୀ
ପିଇବା ପାଣି ପାଇଁ ଦେଢ଼ କିଲୋମିଟର ଚାଲି ଚାଲି ଯାଉଛନ୍ତି କଲେଜ ଛାତ୍ରଛାତ୍ରୀ

By

Published : Oct 31, 2021, 11:50 AM IST

ନୟାଗଡ:ସମସ୍ୟା ଘେରରେ ଜିଲ୍ଲାର ଦଶପଲ୍ଲା ଟାକରା ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଏହି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳର ସୁବିଧା ନଥିବାରୁ ଚିନ୍ତାରେ ଛାତ୍ରଛାତ୍ରୀ । ଫଳରେ ପିଇବା ପାଣି ପାଇଁ କଲେଜଠାରୁ ଦେଢ କିଲୋମିଟ ଚାଲିଚାଲି ଯାଉଛନ୍ତି ଛାତ୍ରଛାତ୍ରୀ ।

ପିଇବା ପାଣି ପାଇଁ ଦେଢ଼ କିଲୋମିଟର ଚାଲି ଚାଲି ଯାଉଛନ୍ତି କଲେଜ ଛାତ୍ରଛାତ୍ରୀ

ମହାମାରୀ କୋରୋନା ଯୋଗୁଁ ଦୀର୍ଘ ୨ ମାସ ପରେ ଏବେ କଲେଜ ଖୋଲିଛି ସତ ହେଲେ ପିଇବା ପାଣିର ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ପଞ୍ଚାୟତ ତରଫରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ବନ୍ଦ ହେବା ପରେ କଲେଜରେ ଏବେ ଜଳ ସମସ୍ୟା ଦେଖାଦେଇଛି । ତେବେ ଏନେଇ ଛାତ୍ରଛାତ୍ରୀ ଓ କଲେଜର ଅଧ୍ୟକ୍ଷ ରାଧାମୋହନ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ହୋଇଥିବା ବେଳେ ଖୁବଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯିବା ନେଇ ପ୍ରତିଶୃତି ଦେଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details