ନୟାଗଡ:ବିଜେଡି ନେତା ଗୟାଧର ପରିଡ଼ାଙ୍କ ବିରୋଧରେ ତେଜୁଛି ଗିରଫ ଦାବି l ଏନେଇ ଆଦିବାସୀ ଦଳିତ ମହାସଂଘ ତରଫରୁ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଗୁରୁବାର ନୟାଗଡ ଜିଲ୍ଲାପାଳଙ୍କ ସହ ଦଳିତ ଆଦିବାସୀ ମହାସଂଘ ମଧ୍ୟରେ ଆଲୋଚନା ବିଫଳ ହେବାରୁ ଧାରଣା ଜାରି ରହିଛି ।
ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ବ୍ଲକ ଅଧ୍ୟକ୍ଷାଙ୍କ ଜାଲ ଦସ୍ତଖତ କରି ମିଥ୍ୟା ବିଲ ମାଧ୍ୟମରେ ୮୦ କୋଟିରୁ ଅଧିକ ଟଙ୍କା ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ନେତା ଗୟାଧର ପରିଡ଼ା ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହାର ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ଉପଜିଲ୍ଲାପାଳ ଏହାର ତଦନ୍ତ କରି ଜାଲ ଦସ୍ତଖତ ହୋଇଥିବା ଜାଣିବାକୁ ପାଇଥିଲେ ।