ନୟାଗଡ:ଖୋର୍ଦ୍ଧା-ବଲାଙ୍ଗୀରର 57 ନମ୍ବର ଜାତୀୟ ରାଜପଥ ନୟାଗଡ ଜିଲ୍ଲା ଦେଇ ଅତିକ୍ରାନ୍ତ କରିଛି । ନୟାଗଡକୁ ପ୍ରବେଶ ପୂର୍ବରୁ ଜାତୀୟ ରାଜପଥର ଏକ ବ୍ରିଜ ଦେଇ ଯିବାକୁ ପଡେ । ଏହି ବ୍ରିଜଟି କିଛି ତଳେ ଭାଙ୍ଗି ଯିବାରୁ ଏହାର ମରାମତି ପାଇଁ ଏକ ଠିକାସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ହେଲେ ମରାମତି ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି । ଫଳରେ ଲୋକଙ୍କ ଯାତାୟାତ ପାଇଁ ଏକ ଅସ୍ଥାୟୀ ରାସ୍ତା ତିଆରି ହୋଇଛି ।
ଏହି ଖାଲଖମା ରାସ୍ତା ଦେଇ ଅନେକ ଗାଡି ଯାତାୟତ କରୁଛି । ବିଭିନ୍ନ ସମୟରେ ରାସ୍ତା ଯୋଗୁଁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି । ରାସ୍ତାର ଏପରି ସ୍ଥିତି ହୋଇଛି ଯେ, ଲୋକେ ମୁହଁରେ ଗାମୁଛା ବାନ୍ଧି ଯାଉଛନ୍ତି । ଧୂଳିଧୂଆଁ ଯେମିତି ରାସ୍ତାରେ ଘନ କୁହୁଡିର ଭ୍ରମ ସୃଷ୍ଟି କରୁଛି ।