ଓଡିଶା

odisha

By

Published : Jan 12, 2021, 9:20 PM IST

ETV Bharat / state

ନୟାଗଡ଼ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, 16ରୁ ଆରମ୍ଭ ହେବ କୋଭିଡ଼ ଟିକାକରଣ

ଆସନ୍ତା 16ରୁ କୋଭିଡ ଟିକାକରଣ ହେବାକୁ ଥିବାରୁ ମଙ୍ଗଳବାର ନୟାଗଡର ପ୍ରତ୍ୟେକ ବ୍ଳକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ସମସ୍ତ ଥାନା ଅଧିକାରୀ, ସମ୍ପୃକ୍ତ ଡାକ୍ତର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ କୋଭିଡ ନିରାକରଣ ବୈଠକ କରିବାକୁ ନିର୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ନୟାଗଡ଼ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, 16ରୁ ଆରମ୍ଭ ହେବ କୋଭିଡ଼ ଟିକାକରଣ
ନୟାଗଡ଼ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, 16ରୁ ଆରମ୍ଭ ହେବ କୋଭିଡ଼ ଟିକାକରଣ

ନୟାଗଡ଼: ଜିଲ୍ଲାସ୍ତରୀୟ ଖାଦ୍ୟ ସୁରକ୍ଷା ପରାମର୍ଶଦାତା କମିଟିର ବୈଠକ ଜିଲ୍ଲାପାଳ ଡ଼ା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ଡ଼ା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ବୈଠକର ଆବଶ୍ୟକତା ବିଷୟରେ ସୂଚନା ଦେଇ କହିଥିଲେ ଯେ, ଖାଦ୍ୟ ସୁରକ୍ଷା ପାଇଁ ସମସ୍ତ ସଦସ୍ୟଙ୍କ ଭୂମିକା ଏବଂ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ | ବିଭିନ୍ନ ବିଭାଗ ଯଥା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆଦି ବିଭାଗରେ ଖାଦ୍ୟ ସୁରକ୍ଷା ବିଷୟରେ ବିହିତ ପଦକ୍ଷେପ ନିଆଯାଇ ପଞ୍ଜିକରଣ କରିବା ସହିତ ରାଜସ୍ବ ଆଦାୟ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।


ଏହାପରେ ଫାଇଲେରିଆ ରୋଗ ନିରାକରଣ ପାଇଁ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଫେବୃଆରୀ ୧o ତାରିଖରୁ ଆରମ୍ଭ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଫାଇଲେରିଆ ନିରାକରଣ ବଟିକା ସଠିକ ଭାବେ ବଣ୍ଟନ କରାଯିବା ପାଇଁ ଜିଲ୍ଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ମଶାରୀ ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଡ଼ା. ଟୁଡୁ ପରାମର୍ଶ ଦେଇଥିଲେ |

ଆସନ୍ତା 16ରୁ କୋଭିଡ ଟିକାକରଣ ହେବାକୁ ଥିବାରୁ ମଙ୍ଗଳବାର ପ୍ରତ୍ୟେକ ବ୍ଳକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ସମସ୍ତ ଥାନା ଅଧିକାରୀ, ସମ୍ପୃକ୍ତ ଡାକ୍ତର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ କୋଭିଡ ନିରାକରଣ ବୈଠକ କରିବାକୁ ନିର୍ଦେଶ ଦିଆଯାଇଛି । ସମସ୍ତ ବିଭାଗର ଡାକ୍ତରମାନେ ଏହି ଟୀକାକରଣରେ ଯତ୍ନବାନ ହେବା ସହିତ ପ୍ରଥମେ ଟିକା ପ୍ରଦାନ କରାଯିବା ବ୍ୟକ୍ତିର ସ୍ୱାସ୍ଥ୍ୟ ପରୀକ୍ଷା କରି ଟିକାକରଣ ପରେ 30 ମିନିଟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କୁ ନଛାଡିବା ପାଇଁ ପରାମର୍ଶ ଦି ଯିବାକୁ ଜିଲ୍ଲାପାଳ କହିଛନ୍ତି । ସୁରକ୍ଷାକର୍ମୀମାନେ ଟିକାକରଣ ସମୟରେ ପରିଚୟ ପତ୍ର ଠିକ ଭାବେ ଯାଞ୍ଚ କରି ପଦ୍ଧତିରେ ଟିକାଦାନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାର ନିର୍ଦେଶ ମଧ୍ୟ ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details