ଓଡିଶା

odisha

ETV Bharat / state

ଦିନିକିଆ ସଂକଳ୍ପ ସମାବେଶ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତ୍ତି ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି(ଶନିବାର) ୧୧ଟା ଠାରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦିନିକିଆ ସଂକଳ୍ପ ଶିବିର ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଦିନିକିଆ ସଂକଳ୍ପ ସମାବେଶ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ
ଦିନିକିଆ ସଂକଳ୍ପ ସମାବେଶ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

By

Published : Jun 10, 2022, 10:06 PM IST

ନୟାଗଡ଼: ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତ୍ତି ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି(ଶନିବାର) ୧୧ଟା ଠାରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦିନିକିଆ ସଂକଳ୍ପ ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ଡିସିପି କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି ।

ଆସନ୍ତା ଜୁନ ୧୪ ତାରିଖରେ ଦିନିକିଆ ସଂକଳ୍ପ ଶିବିରରେ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ, ଏଆଇସିସି ସଭ୍ୟ, ପିସିସି ସଭ୍ୟ, ପୂର୍ବତନ ପିସିସି କାର୍ଯ୍ୟକର୍ତ୍ତା, ବ୍ଲକ କଂଗ୍ରେସ କମିଟି, ଦଳୀୟ ଛାମୁଆ ସଂଗଠନ ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସଂଖ୍ୟାଲଘୁ ସେଲ, ସୋସିଆଲ ମିଡ଼ିଆ ଟିମ, ଆରଜିପିଆରଏସ, ଆଦିବାସୀ/ହରିଜନ ସେଲ, କୃଷକ କଂଗ୍ରେସ, ସେବାଦଳର କାର୍ଯ୍ୟକର୍ତ୍ତା ଗଣ, ଜିଲ୍ଲା ପରିଷଦ ଏବଂ ସହରାଞ୍ଚଳ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଗଣ ଏହି ସଂକଳ୍ପ ଶିବିରରେ ଯୋଗ ଦେବା ପାଇଁ ସ୍ଥିର କରାଯାଇଛି ।

ଦଳର ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପିସିସି ସମ୍ପାଦକ ହୁସେନ ଖାଁ, ପିସିସି ସଭ୍ୟ ସରୋଜ ପରିଡା, ଆରଜିପିଆରଏସ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀଙ୍କ ସମେତ ବ୍ଲକ ସଭାପତି, ବିଭିନ୍ନ ଛାମୁଆ ସଂଗଠନ ମୁଖ୍ୟ ମାନେ ଏହି ସଭାରେ ଉପସ୍ଥିତ ଥିଲେ । ନୟାଗଡ ଜିଲ୍ଲା ପାଇଁ ବରିଷ୍ଠ ନେତା ମନୋରଞ୍ଜନ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details