ଓଡିଶା

odisha

ETV Bharat / state

Congress Executive Meeting: ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ଚେଲ୍ଲାକୁମାର

ଅନୁଷ୍ଠିତ ହୋଇଯାଇଛି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଦ୍ଵିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଦଳର ଜିଲ୍ଲା ସଭାପତି ତଥା ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

By

Published : Dec 19, 2021, 12:18 PM IST

Congress Extended executive meeting: ଜିଲ୍ଲାର ସମସ୍ୟା ନେଇ ଆଲୋଚନା କଲେ ଛେଲ୍ଲାକୁମାର
Congress Extended executive meeting: ଜିଲ୍ଲାର ସମସ୍ୟା ନେଇ ଆଲୋଚନା କଲେ ଛେଲ୍ଲାକୁମାର

ନୟାଗଡ଼: ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ(Biju Patnaik Kalyan Mandap) ଅନୁଷ୍ଠିତ ହୋଇଯାଇଛି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଦ୍ଵିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଦଳର ଜିଲ୍ଲା ସଭାପତି ତଥା ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ AICC(All India Congress Committee) ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡକ୍ଟର ଏ.ଚେଲ୍ଲାକୁମାର, AICC ସମ୍ପାଦକ ଜି. ରୁଦ୍ରରାଜୁ, PCC କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପିସିସି ଓବିସି ସେଲ୍ ସଭାପତି (PCC OBC Cell President) ଜ୍ଞାନରଞ୍ଜନ ବେଉରାଙ୍କ ସମେତ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ବ୍ଲକ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସର ସଭାପତି ଓ କର୍ମକର୍ତ୍ତା ଆଦି ଯୋଗ ଦେଇଥିଲେ ।

Congress Extended executive meeting: ଜିଲ୍ଲାର ସମସ୍ୟା ନେଇ ଆଲୋଚନା କଲେ ଛେଲ୍ଲାକୁମାର

ବୈଠକ ପ୍ରାରମ୍ଭରେ ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସେନାମୁଖ୍ୟ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ସେନା ଅଧିକାରୀଙ୍କ ଏକାଦଶାହ ଅବସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ ବର୍ଷ ପୂର୍ତ୍ତି ଅବସରରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନ ରସାନନ୍ଦ ଦାସ, ମାୟାଧର ଦାସ, ଅପୂର୍ବ ରାୟ, ବସନ୍ତ ବେହେରା, ସତ୍ୟନାରାୟଣ ମିଶ୍ର, ରାଧାକୃଷ୍ଣ ସିଂଦେଓ, ହାଡୁବନ୍ଧୁ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କଂଗ୍ରେସ ସରକାର ସମୟରେ ନୟାଗଡ଼ ଜିଲ୍ଲାରେ ଉନ୍ନତ କୃଷି ପାଇଁ ୪ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଯଥା କୁଆଁରିଆ, ବାଘୁଆ, ବୁଢ଼ାବୁଢିଆଣୀ, ପାଣିପୋଇଲା କରାଯାଇଥିଲା । କିନ୍ତୁ ୨୧ ବର୍ଷର ବିଜେଡି ଶାସନରେ ସେଗୁଡ଼ିକ ପୁନଃରୁଦ୍ଧାର ହୋଇପାରୁନାହିଁ । ନୟାଗଡ଼ରେ ଶିଳ୍ପର ବିକାଶ ପାଇଁ କଂଗ୍ରେସ ସରକାର ସମୟର ଚିନି କଳ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଛି । ତେବେ PCC କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ବ ଦେବା ସହ ଜିଲ୍ଲାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦଳ ରାସ୍ତାକୁ ଓହ୍ଲାଇବାକୁ ଆହ୍ବାନ ଦେଇଥିଲେ ।

ବିଜେଡିର ୨୧ ବର୍ଷ ଶାସନରେ ଜିଲ୍ଲାରୁ କ୍ୟାବିନେଟ ମନ୍ତ୍ରୀ ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଜିଲ୍ଲାବାସୀଙ୍କୁ ପିଇବା ପାଣି ଟୋପାଏ ଯୋଗାଇବାରେ ନବୀନ ସରକାର ଅସମର୍ଥ ବୋଲି ସେ କହିଥିଲେ । ଜିଲ୍ଲାରେ ୧୩ ଲକ୍ଷ ଲୋକ ଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବି ଖାଲି ପଡିଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ଏହାସହ ସରକାର ଏସବୁ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛି କଂଗ୍ରେସ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details