ଓଡିଶା

odisha

ETV Bharat / state

କେନ୍ଦ୍ରକୁ ଟାର୍ଗେଟ କରି ଦଶପଲ୍ଲାରେ ଗର୍ଜିଲେ ନବୀନ

ନିର୍ବାଚନ ପ୍ରଚାର ସାରି ଦଶପଲ୍ଲାରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ନିର୍ବାଚନରେ ନିଜ ଅଧିକାର ସାବ୍ୟସ୍ତ କରି ସଭିଏଁ ଭୋଟ ଦେବା ସହ ଦଳକୁ ଜୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରଚାରରେ ଆହ୍ବାନ ଦେଇଥିଲେ ।

By

Published : Apr 13, 2019, 9:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: ନିର୍ବାଚନ ପ୍ରଚାର ସାରି ଦଶପଲ୍ଲାରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ନିର୍ବାଚନରେ ନିଜ ଅଧିକାର ସାବ୍ୟସ୍ତ କରି ସଭିଏଁ ଭୋଟ ଦେବା ସହ ଦଳକୁ ଜୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରଚାରରେ ଆହ୍ବାନ ଦେଇଥିଲେ । ଏଥିସହ ବିଭିନ୍ନ ଯୋଜନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ରାଜ୍ୟରେ ଯେତେବେଳେ ଫାଇଲିନ ଓ ହୁଡହୁଡ ଭଳି ବାତ୍ୟା ଆସି କ୍ଷତିଗ୍ରସ୍ତ କରିଛି, ସେତେବେଳେ କେନ୍ଦ୍ର ମନ୍ତ୍ରୀମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ଏଥିସହ ଆସନ୍ତା ନିର୍ବାଚନ ପାଇଁ ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଓ ସେ କେଉଁଠାରୁ ପ୍ରାର୍ଥୀ ହେବେ ବୋଲି ମଧ୍ୟ ପଚାରିଛନ୍ତି ନବୀନ ।

ତେଣୁ ଆସନ୍ତା 18 ତାରିଖରେ କନ୍ଧମାଳ ଲୋକସଭା ଓ ଦଶପଲ୍ଲା ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details