ନୟାଗଡ଼:ଜିଲ୍ଲାର ସ୍ବାସ୍ଥ୍ୟସେବା ଉନ୍ନତି ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶୁକ୍ରବାର ସାଢେ 5ଟା ସମୟରେ ନୟାଗ଼ଡ ମୁଖ୍ୟ ଚିକିତ୍ସାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ନୟାଗଡ଼ ମେଡିକାଲ ପାଇଁ ୬ ଶଯ୍ୟା ବିଶିଷ୍ଟ ICU ଗୃହ, ଚାନ୍ଦପୁର ସ୍ଥିତ ବସନ୍ତମଞ୍ଜରି ଜେନେରାଲ ହସପିଟାଲଠାରେ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଉତ୍ପାଦିକରଣ ଓ ଚାପ ଅଵଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦିକରଣ ଏବଂ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି l