ଓଡିଶା

odisha

ETV Bharat / state

ଟ୍ରାନ୍ସଫର୍ମର ପାଇଁ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, 15ରୁ ଉର୍ଦ୍ଧ୍ବ ଆହତ - ନୟାଗଡ ଖବର

ଟ୍ରାନ୍ସଫର୍ମରକୁ କେନ୍ଦ୍ର କରି ନୟାଗଡ ଜିଲ୍ଲାର ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଅଧିକ ପଢନ୍ତୁ...

ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ
ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

By

Published : May 17, 2021, 10:37 AM IST

ନୟାଗଡ: ଇଲେକ୍ଟ୍ରିକ ଟ୍ରାନ୍ସଫର୍ମରକୁ କେନ୍ଦ୍ର କରି ନୟାଗଡ ଜିଲ୍ଲାର ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ସଂଘର୍ଷରେ 15ଜଣରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ଜଗନ୍ନାଥପୁର ଏବଂ ଶ୍ରୀହରିପୁର ଗାଁ ମଧ୍ୟରେ ।

ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ସୂଚନାଅନୁସାରେ, ଜଗନ୍ନାଥପୁର ଗାଁର ଇଲେକ୍ଟ୍ରିକ ଟ୍ରାନ୍ସଫର୍ମରରୁ ଶ୍ରୀହରିପୁରର କିଛି ଗ୍ରାମବାସୀ ଚୋରାରେ ବିଦ୍ୟୁତ ନେଇଥିଲେ । ବିଦ୍ୟୁତରେ ପାଣି ମଟର ଲଗାଇ ମନଇଚ୍ଛା ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇବା ସହ ବିଲରେ ପାଣି ମଡ଼ାଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଦ୍ୟୁତ ଟ୍ରାନ୍ସଫରମରଟି ପୋଡି ଯାଇଥିବା ସନ୍ଦେହ କରି ଜଗନ୍ନାଥପୁର ଗ୍ରାମବାସୀ ବିଦ୍ୟୁତ ବିଭାଗର ପରାମର୍ଶରେ ଟ୍ରାନ୍ସଫରମରରେ ଏକ ତାଲା ପକାଇଥିଲେ ।

ଫଳରେ ବିଦ୍ୟୁତ ନେବାରେ ଶ୍ରୀହରିପୁର ଗ୍ରାମବାସୀଙ୍କର ଅସୁବିଧା ସୃଷ୍ଟି ହୋଇଥିଲା । ଫଳରେ ଗ୍ରାମବାସୀମାନେ ଏକ ବୈଠକ କରି ଟ୍ରାନ୍ସଫରମରରେ ପଡ଼ିଥିବା ତାଲାକୁ ଭାଙ୍ଗିଥିଲେ । ଜଗନ୍ନାଥପୁର ଗ୍ରାମବାସୀ ଅଟକାଇବାରୁ ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଯୁକ୍ତିତର୍କ ହେବା ସହ ପରସ୍ପରକୁ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ 15ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁରେ ପୋଲିସ ମଧ୍ୟ ପହଞ୍ଚିଛି । ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ରଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details