ଓଡିଶା

odisha

By

Published : Feb 2, 2022, 4:49 PM IST

ETV Bharat / state

ରଥଯାତ୍ରା ପାଇଁ ନୟାଗଡରୁ ଶ୍ରୀକ୍ଷେତ୍ରକୁ ଗଲା 63 ଖଣ୍ଡ ରଥକାଠ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଆଜି(ବୁଧବାର) ସକାଳେ ନୟାଗଡ଼ ଦଶପଲ୍ଲା ସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ 63 ଖଣ୍ଡ ରଥକାଠ ପୁରୀ ଅଭିମୁଖେ ବାହାରିଛି । ଅଧିକ ପଢନ୍ତୁ

ରଥଯାତ୍ରା ପାଇଁ ନୟାଗଡରୁ ଶ୍ରୀକ୍ଷେତ୍ରକୁ ଗଲା 63ଖଣ୍ଡ ରଥକାଠ
ରଥଯାତ୍ରା ପାଇଁ ନୟାଗଡରୁ ଶ୍ରୀକ୍ଷେତ୍ରକୁ ଗଲା 63ଖଣ୍ଡ ରଥକାଠ

ନୟାଗଡ:ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଆଜି(ବୁଧବାର) ସକାଳେ ନୟାଗଡ଼ ଦଶପଲ୍ଲା ସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ 63 ଖଣ୍ଡ ରଥକାଠ ପୁରୀ ଅଭିମୁଖେ ବାହାରିଛି । ଜିଲ୍ଲା ବନଖଣ୍ଡ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଥମ ପର୍ଯ୍ୟାୟରେ 63 ଖଣ୍ଡ ରଥକାଠ ମଧ୍ୟରୁ 36 ଖଣ୍ଡ ଅସନ ଓ 29 ଖଣ୍ଡ ଧଉରା କାଠ 3ଟି ଗାଡ଼ିରେ ଶ୍ରୀମନ୍ଦିର ଅଭିମୁଖେ ପଠାଯାଇଛି l

ରଥଯାତ୍ରା ପାଇଁ ନୟାଗଡରୁ ଶ୍ରୀକ୍ଷେତ୍ରକୁ ଗଲା 63ଖଣ୍ଡ ରଥକାଠ

ଏହାବି ପଢନ୍ତୁ :ଶତ୍ରୁତା ଜାହିର କଲା ପାକିସ୍ତାନ, ପୁଣି ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ !

ବନଖଣ୍ଡର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଦଶପଲ୍ଲା ବାସିନ୍ଦାଙ୍କ ଉପସ୍ଥିତିରେ ଭବ୍ୟ ପୂଜାଅର୍ଚ୍ଚନା କରାଯାଇଥିଲା । ପରେ ରଥ କାଠ ପଠାଯାଇଥିବା ବେଳେ ବଳକା ରଥ କାଠ ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ପଠାଯିବ ବୋଲି ବନବିଭାଗ ସୂଚନା ଦେଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details