ଓଡିଶା

odisha

ETV Bharat / state

3 ଘଣ୍ଟାରେ ବ୍ୟବସାୟୀଙ୍କୁ ଉଦ୍ଧାର କଲା ପୋଲିସ, 2 ଅପହରଣକାରୀ ଗିରଫ

ଜଣେ ବ୍ୟବସାୟୀଙ୍କୁ ଅପହରଣ କରି ନେଇଥିବା ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦପୁର ପୋଲିସ । ଏତଲାର ୩ ଘଣ୍ଟା ମଧ୍ୟରେ ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Apr 18, 2021, 5:46 PM IST

ଚାନ୍ଦପୁର ପୋଲିସକୁ ସଫଳତା:ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଚାନ୍ଦପୁର ପୋଲିସକୁ ସଫଳତା:ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୟାଗଡ଼: ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସକୁ ସଫଳତା । ଚାନ୍ଦପୁର ଥାନା ଅଂଚଳରେ ଜଣେ ବ୍ୟବସାୟୀଙ୍କୁ ଅପହରଣ କରି ନେଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଚାନ୍ଦପୁର ଥାନା କନ୍ଧନୟାଗଡ ଗ୍ରାମର ପ୍ରତାପ ବେହେରା ଟାଙ୍ଗିର ଏକ ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରିବା ସହ ବେଆଇନ ଭାବେ ସୁଧ ଦେଣ ନେଣ କରି ଆସୁଥିଲେ l

ଚାନ୍ଦପୁର ପୋଲିସକୁ ସଫଳତା:ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପ୍ରତାପ ବେହେରାଙ୍କ ଠାରୁ ଟାଙ୍ଗି ଥାନା ଝରିଆ ଗ୍ରାମର ନୀଳକଣ୍ଠ ପଲେଇ ଟଙ୍କା ସୁଧ ନେଇ ବେପାର କରି ଆସୁଥିଲେ l ତେବେ ଧାର ଟଙ୍କା ଦେଣନେଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରତାପ ବେହେରା ତାର ସହଯୋଗୀ ସହାୟତାରେ ବ୍ୟବସାୟୀ ନୀଳକଣ୍ଠ ପଲେଇ ଙ୍କୁ ଚାନ୍ଦପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଉଠାଇ ନେଇଥିଲେ l ପରେ ଏନେଇ ନୀଳକଣ୍ଠ ପଲେଇଙ୍କ ସ୍ତ୍ରୀ ଉର୍ମିଳା ପଲେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l

ଚାନ୍ଦପୁର ପୋଲିସକୁ ସଫଳତା:ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅଭିଯୋଗ ଅନୁଯାୟୀ ଚାନ୍ଦପୁର ପୋଲିସ କେସ ନମ୍ବର ୫୫/୨୦୨୧ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ କାନ୍ଧନୟାଗଡ ଜଙ୍ଗଲ ରେ ଚଢ଼ାଉ କରିଥିଲା । ଏତଲାର ୩ ଘଣ୍ଟା ମଧ୍ୟରେ ବ୍ୟବସାୟୀ ନୀଳକଣ୍ଠ ପଳେଇ ଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣ କରିଥିବା ପ୍ରତାପ ବେହେରା ଓ ସୌଭାଗ୍ୟ ସାହୁକୁ ଗିରଫ କରି ସେମାନଙ୍କ ଠାରୁ ସ୍କୁଟି, ବାଇକ, ସ୍ବାଇପ ମେସିନ ଏବଂ ତିରିଶ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details