ଓଡିଶା

odisha

ETV Bharat / state

ଖାଇବା ନମିଳିବାରୁ ଢାବା ଉପରକୁ ବୋମାମାଡ, ଟଙ୍କା ଲୁଟିଲେ ଦୁର୍ବୃତ୍ତ - NAYAGARH

ଖାଇବା ନମିଳିବାରୁୁ ଢାବା ଉପରକୁ ବୋମାମାଡ । ଆସବାବପତ୍ର ଭାଙ୍ଗିବା ସହ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ନୟାଗଡ ଶରଣକୂଳ ମା ଦକ୍ଷିଣକାଳୀ ଢାବାରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ : ପ୍ରତିନିଧି,ନୟଗଡ

By

Published : Jun 13, 2019, 2:42 PM IST


ନୟାଗଡ : ଶରଣକୂଳ ଥାନା ଗୋଡିପଡାର ଏକ ଢାବା ଉପରେ ବୋମାମାଡ। ବୁଧବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ଆସି 7-8 ଜଣ ଦୁର୍ବୃତ୍ତ ଆସି ମା ଦକ୍ଷିଣକାଳୀ ଢାବାରେ ଖାଇବା ମାଗିଥିଲେ । ଏତେ ରାତିରେ ଖାଦ୍ୟ ମିଳିବ ନାହିଁ ବୋଲି କହିବାରୁ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ସମସ୍ତେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୟଗଡ

ରାଗରେ ଲୁହା ରଡରେ ରୋଷେୟାଙ୍କୁ ମାଡ ମାରିଥିଲେ । ସେ ଆହତ ଅବସ୍ଥାରେ ଜୀବନ ନେଇ ଦୌଡି ପଳାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ଢାବା ଭିତରେ ପଶି କ୍ୟାସ ବାକ୍ସ ଭାଙ୍ଗି 8 ହଜାର ଟଙ୍କା ଲୁଟି ନେବାସହ ଟିଭି ଭାଙ୍ଗିଦେଇଥିଲେ ।

ଯିବା ସମୟରେ ଢାବା ଉପରକୁ 2ଟି ବୋମାମାଡ କରିଚାଲିଯାଇଥିଲେ । ଫଳରେ ଢାବା ମାଲିକଙ୍କ ଗୋଟିଏ କାର ଏବଂ ବାଇକ ନଷ୍ଟ ହୋଇଯାଇଛି । ଶରଣକୂଳ ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରୁ ପୋଲିସ 2ଟି ଅଫୁଟା ବୋମା ମଧ୍ୟ ଜବତ କରିଛି ।

ନୟାଗଡରୁ ଉତ୍ପଳ ସାହୁ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details