ଓଡିଶା

odisha

ETV Bharat / state

ନକଲି ଯୁବ ବ୍ୟାଙ୍କ କର୍ମଚାରୀ ଥାନାରେ ଅଟକ

ବ୍ୟାଙ୍କ କର୍ମଚାରୀ କହି ଠକାମୀ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ ଯୁବକ । ଅଧିକ ପଢନ୍ତୁ...

ନକଲି ଯୁବ ବ୍ୟାଙ୍କ କର୍ମଚାରୀ ଥାନାରେ ଅଟକ
ନକଲି ଯୁବ ବ୍ୟାଙ୍କ କର୍ମଚାରୀ ଥାନାରେ ଅଟକ

By

Published : Dec 30, 2020, 7:03 AM IST

ନୟାଗଡ:ଥାନାରେ ଅଟକ ନକଲି ବ୍ୟାଙ୍କ୍ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଷ୍ଟେଟ ବ୍ୟାଙ୍କ ଶାଖାରେ । ଜଣେ ଯୁବକ ନିଜକୁ ବ୍ୟାଙ୍କ କର୍ମଚାରୀ କହି ଠକାମୀ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି l ଏନେଇ ରାତିରେ ବ୍ୟାଙ୍କ ମ୍ୟାନେଜର ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି l

ନକଲି ଯୁବ ବ୍ୟାଙ୍କ କର୍ମଚାରୀ ଥାନାରେ ଅଟକ

ଯୁବକ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି l ଏହି ଯୁବକ ଖୋର୍ଦ୍ଧା ଜଟଣୀ ଅଞ୍ଚଳର ରାକେଶ କେଶରୀ ମହାରଥୀ ବୋଲି ପରିଚୟ ଦେଇଛି l ଯୁବକ ଜଣଙ୍କୁ ଆଜି କୋର୍ଟ ଫରୱାର୍ଡ କରାଯାଇପାରେ l

ସୂଚନାନୁସାରେ, ରଣପୁର ଷ୍ଟେଟ ବ୍ୟାଙ୍କ ଶାଖା ଭିତରକୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ ପ୍ରବେଶ କରିଥିଲା ଏହି ଯୁବକ l ପରେ ସିଧାସଳଖ କ୍ୟାସ କାଉଣ୍ଟର ପାଖକୁ ଯିବାରୁ ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା l ସମ୍ପୃକ୍ତ ଯୁବକଙ୍କ ପରିଚୟ ପତ୍ର ଯାଞ୍ଚ ବେଳେ ନକଲି ବୋଲି ଜଣାପଡିଥିଲା l ସଙ୍ଗେ ସଙ୍ଗେ ପୋଲିସକୁ ଡ଼କାଯାଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details