ନୟାଗଡ: ରାଜ୍ୟରେ ବହୁ ଜଙ୍ଗଲରେ ହୁହୁ ହୋଇ ଜଳୁଛି ନିଆଁ । ଏହାର କାରଣ ମନୁଷ୍ୟକୃତ ହୋଇଥିବାରୁ ଜନସଚେତନତା ଆବଶ୍ୟକତା ଥିବା ଅନୁଭବ କରି ନୟାଗଡ଼ ବନଖଣ୍ଡ ଆୟୋଜନରେ ଏବଂ ସବୁଜ ମହାନଦୀ ମିଶନ ଆନୁକୂଲ୍ୟରେ ଏକ ସଚେତନତା ରଥ ଆରମ୍ଭ ହୋଇଛି ।
ଜଳୁଛି ଜଙ୍ଗଲ, ସଚେତନ ପାଇଁ ବୁଲିଲା ରଥ - ଲୋକଙ୍କୁ ସଚେତନତା ପାଇଁ ବୁଲିଲା ରଥ
ରାଜ୍ୟର ଅନେକ ଜଙ୍ଗଲ ଜଳୁଛି । ତେବେ ଏ ଦିଗର ଜନ ସଚେତନତା ପାଇଁ ନୟାଗଡ ବନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
ଜଳୁଛି ଜଙ୍ଗଲ, ଲୋକଙ୍କୁ ସଚେତନତା ପାଇଁ ବୁଲିଲା ରଥ
ଏହି ରଥ ଲୋକଙ୍କୁ ନିଆଁ ଲିଭାଇବା, ଜଙ୍ଗଲରେ ନିଆଁ ନ ଲଗାଇବା ଆଦି ଉପରେ ସଚେତନ କରାଇବ । ଜଙ୍ଗଲର ଉପକାରିତାକୁ ଲୋକଙ୍କ ପାଖରେ ପହଞ୍ଚାଇବ । ଗଣିଆ ବନାଞ୍ଚଳ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଲୋକଙ୍କୁ ସଚେତନ କରାଇବ । ଏଥିରେ ବନ କର୍ମଚାରୀଙ୍କ ସମେତ କିଛି ସମାଜସେବୀ ସାମିଲ ହୋଇଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ