ଓଡିଶା

odisha

ETV Bharat / state

8 ଦଫା ଦାବି ନେଇ ଆଶାକର୍ମୀଙ୍କ ବିକ୍ଷୋଭ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ 8 ଦଫା ଦାବି ନେଇ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

asha worker protest in front of ddh of nayagarh
8 ଦଫା ଦାବୀ ନେଇ ଆଶାକର୍ମୀଙ୍କ ବିକ୍ଷୋଭ

By

Published : Jan 15, 2021, 8:18 PM IST

ନୟାଗଡ଼: ଓଡିଶା ରାଜ୍ୟ ଆଶା ସାଥି ସଂଘ ଆହ୍ବାନ କ୍ରମେ ଭାରତୀୟ ମଜଦୂର ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆଶା କର୍ମୀ ମାନେ ପ୍ରତିବାଦ ଜଣାଇଛନ୍ତି l ଡାକ୍ତରଖାନା ଆଗରେ ଧାରଣା ଦେବା ସହ ଦାବି ପୂରଣ ପାଇଁ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

8 ଦଫା ଦାବୀ ନେଇ ଆଶାକର୍ମୀଙ୍କ ବିକ୍ଷୋଭ

କେନ୍ଦ୍ର ସରକାର ଆଶା କର୍ମୀ ମାନଙ୍କ ପାଇଁ 6 ହଜାର ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି ମାତ୍ର ରାଜ୍ୟ ସରକାର ସେମାନଙ୍କୁ 3 ହଜାର ଟଙ୍କା ପାରିତୋଷିକ ପ୍ରଦାନ କରୁଛନ୍ତି l ଏପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ମିଳିପାରି ନାହିଁ l ସେମାନଙ୍କର ମୁଖ୍ୟ ଦାବିଗୁଡିକ ହେଲା ଆଶା କର୍ମଚାରୀଙ୍କୁ ମାସିକ 6 ହଜାର ଟଙ୍କା ପାରିତୋଷିକ, ସରକାରୀ କର୍ମଚାରୀର ମାନ୍ୟତା,ଆଶା କର୍ମଚାରୀଙ୍କ ପାଇଁ ନିର୍ଦ୍ଧିଷ୍ଟ ୟୁନିଫର୍ମ ଲାଗୁ, ଇନ୍ସୁରାନ୍ସ ସହ ମୃତ୍ୟୁକାଳୀନ ସହାୟତା, ମହାମାରୀ ସମୟରେ ଆଶା କର୍ମୀମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବାରୁ ପ୍ରୋତ୍ସାହନ ଏବଂ ସୁରକ୍ଷା ଯୋଗାଇ ଦେବାକୁ ଆଶା କର୍ମୀମାନେ ଦାବି କରିଛନ୍ତି l ଏନେଇ ଆଶା କର୍ମୀମାନେ ଏକ ଦାବି ପତ୍ର ସିଡ଼ିଏମଓଙ୍କୁ ପ୍ରଦାନ କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details