ନୟାଗଡ: ପୁଣି ବୁହାହେଲେ ଗର୍ଭବତୀ । ଷ୍ଟ୍ରେଚରରେ 1 କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଦୁର୍ଗମ ଆଦିବାସୀ ଅଞ୍ଚଳରେ ।
ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ - medical
ରାସ୍ତା ନଥିବାରୁ 1 କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ।
ସୂଚନା ଅନୁଯାୟୀ, କଣ୍ଠିପଦର ଗ୍ରାମର ଝୁମିରି ନାୟକଙ୍କୁ ପ୍ରସବ ଯନ୍ତ୍ରଣା ହେଉଥିଲା । ତେଣୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ନ ପାରି ଅଧାବାଟରେ ଅଟକି ରହିଥିଲା ।
ତେଣୁ ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀମାନେ 1 କିଲୋମିଟର ରାସ୍ତା ଝୁମିରି ନାୟକଙ୍କୁ ଷ୍ଟ୍ରେଚରରେ ଆଣି ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଇଥିଲେ । ଏପଟେ ଗର୍ଭବତୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବାବେଳେ ରାସ୍ତା ନଥିବା ହେତୁ ଗର୍ଭବତୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣା ସାଧାରଣରେ ନିନ୍ଦନୀୟ ଅଟେ ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ