ଓଡିଶା

odisha

ETV Bharat / state

ଟିକା ପାଇଁ ଧାଡିରେ ଆଧାରକାର୍ଡ ! - ଟିକା ପାଇଁ ଧାଡିରେ ଆଧାରକାର୍ଡ

ନୟାଗଡ଼ରେ ଟୀକାକରଣ ପାଇଁ ଆଧାରକାର୍ଡ ଧାଡ଼ିରେ ରହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଟିକା ପାଇଁ ଧାଡିରେ ଆଧାରକାର୍ଡ !
ଟିକା ପାଇଁ ଧାଡିରେ ଆଧାରକାର୍ଡ !

By

Published : May 7, 2021, 1:35 PM IST

ନୟାଗଡ଼: ଜିଲ୍ଲାରେ ଟୀକାକରଣ ପାଇଁ ଧାଡିରେ ରଖାଯାଇଛି ଶହ ଶହ ସଂଖ୍ୟାରେ ଆଧାର କାର୍ଡ । ତେବେ ଟିକା ରେଜିଷ୍ଟ୍ରେସନ ପାଇଁ ଲୋକଙ୍କୁ ସଠିକ ସୂଚନା ମିଳିନଥିବାରୁ ଏଭଳି ଲମ୍ବା ଧାଡିରେ ଆଧାର କାର୍ଡ ରଖି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବାର ଦେଖିବାକୁ ମିଳିଛି ।

ଟିକା ପାଇଁ ଧାଡିରେ ଆଧାରକାର୍ଡ !

କୋରୋନା ମହାମାରୀର ଦ୍ବିତୀୟ ଲହରୀ ବିରୋଧରେ ରାଜ୍ୟରେ ଜାରି ରହିଛି ଲଢେଇ । ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ମଧ୍ୟ ଚାଲିଛି । ଏହାରି ମଧ୍ୟରେ ନୟାଗଡ଼ ଜିଲ୍ଲାରୁ କୋଭିଡ଼ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସାମନାକୁ ଆସିଛି । ଟୀକାକରଣ ପାଇଁ ଲୋକଙ୍କୁ ସଠିକ ସମୟରେ ସୂଚନା ମିଳୁନଥିବାରୁ ଟିକା ରେଜିଷ୍ଟ୍ରେସନ ପାଇଁ ଭୋର 3ଟା ସମୟରୁ ଲୋକେ ଲମ୍ବା ଧାଡିରେ ଆଧାର କାର୍ଡ ରଖି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବାର ଦେଖିବାକୁ ମିଳିଛି ।

ଫଳରେ ଜିଲ୍ଲାରେ ଏହି ଟୀକାକରଣ ଅବ୍ୟବସ୍ଥା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଧାରକାର୍ଡକୁ ଲାଇନରେ ରଖି ଲୋକେ ଗହଳି ଜମାଇଥିବା ଦେଖିବାକୁ ମିଳିଛି । ଏଭଳି ଗହଳି ସଂକ୍ରମଣକୁ ଅଧିକ ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details