ଓଡିଶା

odisha

ETV Bharat / state

ଅନନ୍ୟ ଭକ୍ତ ସୁନିତା, ନିର୍ମାଣ କଲେ କୁନି ରଥ - chariot

କାଳିଆ ପ୍ରେମରେ ସୁନିତା । ନିର୍ମାଣ କଲେ କୁନି ରଥ । ଅଧିକ ପଢନ୍ତୁ..

a young lady of nayagarh making small chariot
ଅନନ୍ୟ ଭକ୍ତ ସୁନିତା, ନିର୍ମାଣ କଲେ କୁନି ରଥ

By

Published : Jul 21, 2021, 5:09 PM IST

ନୟାଗଡ଼ : ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ଦେଖି ଯାଇ ନପାରିଲେ କଣ ହେଲା ଘରେ ରଥଯାତ୍ରା କରି କଳା ଠାକୁରଙ୍କୁ ପୂଜା କଲେ ଭକ୍ତ ସୁନିତା l ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବୋକାଖାଇ ଗାଁର ସର୍ବେଶ୍ୱର ନାୟକଙ୍କ ଝିଅ ସୁନିତା ନାୟକ l ପ୍ରତିବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଦେଖିବାକୁ ଯାଉଥିଲେ l କିନ୍ତୁ କୋରୋନା କଟକଣା ପାଇଁ ବିନା ଭକ୍ତରେ ରଥଯାତ୍ରା ପାଳିତ ହେଉଥିବାରୁ ଜଗାକୁ ଦର୍ଶନ କରିନପାରି କାଳିଆ ପ୍ରେମରେ ବିମୋହିତ ହୋଇ କାଗଜ, ଅଟା ଓ ସୋଲରେ ନିର୍ମାଣ କରିଛନ୍ତି ରଥ ଏବଂ ଚତୁର୍ଦ୍ଧା ମୃର୍ତ୍ତୀଙ୍କ ପ୍ରତିମୂର୍ତ୍ତି l ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ l

ଅନନ୍ୟ ଭକ୍ତ ସୁନିତା, ନିର୍ମାଣ କଲେ କୁନି ରଥ

ଚାଲିଛି ବିଶ୍ୱନିଅନ୍ତାଙ୍କ ମହାପ୍ରଭୁ ଘୋଷଯାତ୍ର l ମହାମାରୀ ପାଇଁ ପାଇଁ ବିନା ଭକ୍ତରେ ରଥଯାତ୍ରା ପାଳିତ ହେଉଛି l ଯେଉଁଥି ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହୋଇପାରିନି l ଯାହାଫଳରେ ଭକ୍ତମାନେ ଚର୍ମ ଚକ୍ଷୁରେ ମହାପ୍ରଭୁଙ୍କର ଏହି ଅପୂର୍ଵ ଲୀଳାକୁ ଦେଖିନପାରି ଭାବ ବିହୋଳିତ ହୋଇ କିଏ ବିଭିନ୍ନ ଉପକରଣରେ ରଥ ତିଆରି କଲାଣି ତ ଆଉ କିଏ ସ୍ୱୟଂ ପ୍ରତିମୂର୍ତ୍ତି l ଚଳିତବର୍ଷ କୋଭିଡ କଟକଣା ପାଇଁ ଭକ୍ତବିନା ରଥଯାତ୍ରା ପାଳିତ ହେଉଥିବାରୁ ଜଗାକୁ ଦର୍ଶନ କରିନପାରି କାଗଜ, ଅଟା ଓ ସୋଲରେ ନିର୍ମାଣ କରିଛନ୍ତି ରଥ ଏବଂ ଚତୁର୍ଦ୍ଧା ମୃର୍ତ୍ତୀଙ୍କ ପ୍ରତିମୂର୍ତ୍ତି l ଅତି ନିଖୁଣ ଭାବରେ ରଙ୍ଗ ତୁଳିର ସ୍ପର୍ଶରେ ପ୍ରତିମୂର୍ତ୍ତିଙ୍କୁ ଦେଇଛନ୍ତି ଜୀବନ୍ତ l ରଥର ଉଚ୍ଚତା ଏକ ଫୁଟ ହୋଇଥିବା ବେଳେ ରଥର ପାର୍ଶ୍ଵରେ ରହିଛନ୍ତି ବିଭିନ୍ନ ଦେବଦେବୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details