ଓଡିଶା

odisha

By

Published : Dec 16, 2020, 9:54 PM IST

ETV Bharat / state

11 କେଭି ତାର ସଂସ୍ପର୍ଶରେ ଆସି ଜଣେ ମୃତ

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଫତେଗଡ଼ ଗାଁର ମେଘନାଥ ପ୍ରଧାନଙ୍କ ପୁଅ ବିଜୟ ପ୍ରଧାନଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନୟାଗଡ଼: 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଫତେଗଡ଼ ଗାଁର ମେଘନାଥ ପ୍ରଧାନଙ୍କ ପୁଅ ବିଜୟ ପ୍ରଧାନ। ତାଙ୍କର ବୟସ 33 ।

ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଆଜି(ବୁଧବାର) ସକାଳ ସମୟରେ ଘଟିଛି ଏଭଳି ଅଘଟଣ । ଫତେଗଡ଼ ଥାନା ଫତେଗଡ଼ ଗାଁର ଗୌଡ଼ ସାହି ନିକଟରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ଗୁଡ଼ାଇ ରଖାଯାଇଥିଲା l ସେହି ତାର ସଂସ୍ପର୍ଶରେ ଜଣେ ଯୁବକ ଭୁଲବଶତଃ ଆସିଯାଇଥିଲେ, ଫଳରେ ସେହିଠାରେ ହିଁ ତାଙ୍କ ମୃତ୍ୟୁ ଘଟିଯାଇଛି । ଫତେଗଡ଼ ପୋଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details