ଓଡିଶା

odisha

By

Published : Aug 26, 2021, 1:14 PM IST

ETV Bharat / state

ଭାପୁର ବ୍ଲକରେ 80କୋଟି ହଡ଼ପ ଘଟଣା, ଜାଲ ଦସ୍ତଖତ ହୋଇଥିବା ସୂଚନା

ନୟାଗଡ ଜିଲ୍ଲା ଭାପୁର ବ୍ଲକ ୮୦ କୋଟି ଟଙ୍କା ଘଟଣାର କିଛି ନୂଆ ତଥ୍ୟ ମିଳିଛି । ଜାଲ ଦସ୍ତଖତ କରି ଟଙ୍କା ହଡପ ହୋଇଥିବା କହିଛନ୍ତି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ । ଅଧିକ ପଢନ୍ତୁ...

ଭାପୁର ବ୍ଲକରେ 80କୋଟି ହଡ଼ପ ଘଟଣା
ଭାପୁର ବ୍ଲକରେ 80କୋଟି ହଡ଼ପ ଘଟଣା

ନୟାଗଡ଼: ଜିଲ୍ଲା ଭାପୁର ବ୍ଲକ ୮୦ କୋଟି ଟଙ୍କା ଘଟଣାର କିଛି ନୂଆ ତଥ୍ୟ ମିଳିଛି । ଜାଲ ଦସ୍ତଖତ କରି ଟଙ୍କା ହଡପ ହୋଇଥିବା କହିଛନ୍ତି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ । କାରବାରରେ ସଂମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବି ଜୋର ଧରିଛି ।

ଭାପୁର ବ୍ଲକରେ 80କୋଟି ହଡ଼ପ ଘଟଣା

ବ୍ଲକ୍‌ ଅଧ୍ୟକ୍ଷାଙ୍କ ଜାଲ୍‌ ଦସ୍ତଖତ କରି ମିଥ୍ୟା ବିଲ୍‌ ମାଧ୍ୟମରେ ଓ ବିନା କାମରେ ୮୦ କୋଟିରୁ ଅଧିକ ଟଙ୍କା ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ନେତା ଗୟାଧର ପରିଡ଼ା ଲୁଟି ନେଇଛନ୍ତି । ଏନେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ପୋମା ଟୁଡୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଜାଲ୍‌ ଦସ୍ତଖତ କରାଯାଇ ବହୁ ନକଲି ନଥି ପ୍ରସ୍ତୁତ ହୋଇଥିବା କହିଛନ୍ତି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ । ତେବେ କାର୍ଯ୍ୟାନୁଷ୍ଠାନ ଉପରେ ଉପଜିଲ୍ଲାପାଳ କୌଣସି ମତ ରଖି ନାହାନ୍ତି ।

ଏସବୁ ପରେ ବି ସଂପୃକ୍ତ ନେତାଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାକୁ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପକ୍ଷରେ ଗୟାଧର ପରିଡ଼ାଙ୍କୁ ଗିରଫ ଦାବି ମଧ୍ୟ ତେଜିବାରେ ଲାଗିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details