ନବରଙ୍ଗପୁର:ଆସନ୍ତାକାଲି ଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାରେ ୨୬ ଗୋଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକାକୁ ପିସିସିକୁ ଅନୁମୋଦନ ପାଇଁ ପଠାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ପ୍ରାର୍ଥୀ ପତ୍ର ଚୟନବେଳେ ମହିଳା ପ୍ରାର୍ଥୀତ୍ବଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ପ୍ରଦାନ କରିବା ପାଇଁ ଅନୁମୋଦନ ପାଇଁ ପଠାଇଥିବା ଜିଲ୍ଲା ସଭାପତି କହିଛନ୍ତି ।
ସ୍ଥାନୀୟ ଏକ କଲ୍ୟାଣମଣ୍ଡପଠାରେ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସ ଉପସଭାପତି ଭୁଜବଳ ମାଝୀ ଓ ରାଜ୍ୟ ଉପସଭାପତି ସଦନ ନାୟକଙ୍କ ଉପସ୍ଥିତିରେ ଜିଲ୍ଲା କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ନେତାଙ୍କ ଉପସ୍ଥିତିରେ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହେବା ସହ ଜିଲ୍ଲାର ୨୬ ଗୋଟି ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା କରାଯାଇଛି ।