ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର

ଟାଙ୍ଗିଆ ଆକ୍ରମଣରେ ଜଣେ 23 ବର୍ଷ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନବରଙ୍ଗପୁର ଡାବୁଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

By

Published : May 21, 2019, 11:53 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ନବରଙ୍ଗପୁର

ନବରଙ୍ଗପୁର: ଡାବୁଗାଁ ଥାନା ମାଳି ଗୁଡା ଗାଁରେ ସାମାନ୍ୟ କଥା କଟାକଟିକୁ ନେଇ ଜଣେ 23 ବର୍ଷ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ହୋଇଛି । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନବରଙ୍ଗପୁର

ଟାଙ୍ଗିଆ ଚୋଟରେ ଯୁବକର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ଡାବୁଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରେ ନବରଙ୍ଗପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅତି ଗୁରୁତର ହେବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସନ୍ଧ୍ୟା ସମୟରେ ମାଳିଗୁଡ଼ା ଗାଁର ଦିନ କଲାରର ଝିଅ ପରମା କଲାର ଘର ନିକଟ ନଳକୂପରୁ ପାଣି ନେବା ସମୟରେ କୋଣସି କାରଣକୁ ନେଇ ପଡ଼ୋଶି ପଦନ କଲାରର ଝିଅ ସହ ଯୁକ୍ତି ତର୍କ ଚାଲିଥିଲା । ଏହି ସମୟରେ ପଦନ କଲାର ଉତ୍ତ୍ୟକ୍ତ ହୋଇ ନଳକୂପ ନିକଟରେ ଥିବା ଦିନ କଲାରର ପୁଅ ଯୁବରାଜ କଲାରର ମୁଣ୍ଡକୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା ।

ଏ ନେଇ ଗୁରୁତର ଯୁବକର ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରୁ ତପନ ବିଶୋଇ, ଇଟିଭି ଭାରତ

ABOUT THE AUTHOR

...view details