ନବରଙ୍ଗପୁର: ଜିଲ୍ଲାର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଲୁଗୁଡା ଓ ବାସିନୀ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ । ବହୁଦିନ ଧରି ଏକ ବିବାଦୀୟ ଜମିକୁ ନେଇ ଦୁଇଗାଁ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିବାବେଳେ ସୋମବାର ପୁଣି ଧାନ କାଟିବାକୁ ନେଇ ପୁଣି ମୁଁହାମୁହିଁ ହୋଇଛନ୍ତି ଗ୍ର।ମବାସୀ ।
ଏନେଇ ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନିୟନ୍ତ୍ରଣ କରିଥିବା ବେଳେ ଏହାର ସମାଧାନ ଶୀଘ୍ର କରିବାକୁ ଦୁଇ ଗ୍ରାମବାସୀ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁଯାଇ, କୋଡ଼ିଙ୍ଗା ତହସିଲ ଅଧୀନରେ ଥିବା ଭାଲୁଗୁଡା ଓ ନବରଙ୍ଗପୁର ତହସିଲ ଅଧୀନରେ ଥିବା ବାସିନୀ ପଡୋଶୀ ଏହି ଦୁଇ ଗ୍ରାମର ସୀମାନ୍ତରେ କିଛି ସରକାରୀ, ଜଙ୍ଗଲ ଓ ପଟ୍ଟା ଥିବା ଜମିକୁ ନେଇ ଗତ କିଛିବର୍ଷ ହେଲା ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।
ଭାଲୁଗୁଡା ଗ୍ରାମବାସୀ କହିବାନୁଯାଇ ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ହେବ ଉକ୍ତ ଜମିକୁ ଭାଗଦଖଲ କରି ଚାଷ କରୁଥିଲେ । ଏପରିକି ଜମିର ସମସ୍ତ ଦସ୍ତାବିଜ ମଧ୍ୟ ରହିଛି । କିନ୍ତୁ ବାସିନୀ ଗ୍ରାମର ଲୋକେ ଚାଷ ଜମିରୁ ଧାନ କାଟି ଦେଇଥିଲେ । ଯାହାକୁ ନେଇ ଦେଖା ଦେଇଥିଲା ବିବାଦ ।
ଏହାର ସ୍ଥାୟୀ ସମାଧାନ ପାଇଁ ଆମ ନବରଙ୍ଗପୁର ପ୍ରତିନିଧି ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ସବୁବେଳେ ଦୁଇଗ୍ରାମ ମଧ୍ୟରେ ଗଣ୍ଡଗୋଳ ଲାଗିରହିଛି ।